ରାଜ୍ୟରେ ଆଗୁଆ ହେବ କି ନିର୍ବାଚନ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା ଜୋର

କେନ୍ୟୁଜ୍(ବ୍ୟୁରୋ): ସାଧାରଣ ନିର୍ବାଚନକୁ ୧୫-୧୬ ମାସ ସମୟ ବାକି। ଏ ସମୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା। ଏହାକୁ ଖୋରାକ୍‌ ଯୋଗାଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। କହିଛନ୍ତି, ମୁଁ ଶୁଣୁଛି ଏଠି ଆଗୁଆ ନିର୍ବାଚନ ହୋଇଯିବ। ନିର୍ବାଚନ ବହୁ ଦିନ ଅଛି, ବହୁ କଥା ହେବ । ମହାନଦୀରେ ପାଣି ବହିବ, ବୈତରଣୀରେ ବି ବହିବ। ପଦ୍ମପୁର ଫଳାଫଳର ଦି ଦିନ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ପଦ୍ମପୁରରେ ଯାହା ଭାବିଥିଲୁ ତାହା ହେଲା ନାହିଁ। ପଦ୍ମପୁରବାସୀଙ୍କ ଜନାଦେଶ ସ୍ୱୀକାର କରୁଛୁ। ବିଜେପି କିନ୍ତୁ ପଦ୍ମପୁରରେ ୭୮ ହଜାର ଭୋଟ୍‌ ପାଇଛି।

 ରାଜ୍ୟରେ ଆଗୁଆ ହେବ କି ନିର୍ବାଚନ? ଏ ପ୍ରସଙ୍ଗରେ ବିଜେଡି ବହୁ ଆଗରୁ ନିଜ ନୀତି ସ୍ପଷ୍ଟ କରି ସାରିଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ହେଉ। ୨୦୦୪ରେ ଆଗୁଆ ଲୋକସଭା ନିର୍ବାଚନ ହେଲା। ସେ ସମୟରେ ବିଜେଡି ସରକାର ମଧ୍ୟ ଆଗୁଆ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ମଧ୍ୟ ଆଗୁଆ ନିର୍ବାଚନ ଚର୍ଚ୍ଚା ହୋଇଥିଲା। ସେତେବେଳେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ବିଜେଡି ପ୍ରତିନିଧି। ସ୍ପଷ୍ଟ କରିଥିଲେ, ଆଗୁଆ ଲୋକସଭା ନିର୍ବାଚନ ହେଲେ ତା ସହ ବିଧାନସଭା ନିର୍ବାଚନ କରାଯାଉ। କାରଣ, ଅଲଗା ବିଧାନସଭା ନିର୍ବାଚନ ହେଲେ ରାଜ୍ୟ ରାଜକୋଷରୁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

() ୨୦୨୩ରେ ୯-୧୦ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ୨୦୨୩ ମଧ୍ୟଭାଗ ପରେ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଭଳି ବଡ଼ ରାଜ୍ୟରେ ନିର୍ବାଚନ ରହିଛି। ସେ ସମୟରେ ଏକ ସଂଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ କି? କାରଣ ପ୍ରଧାନମନ୍ତ୍ରୀ ସବୁ ବେଳେ ୱାନ ନେସନ ୱାନ ଇଲେକ୍ସନ କଥା କହି ଆସୁଛନ୍ତି। ଯଦି ଆଗୁଆ ଲୋକସଭା ନିର୍ବାଚନ ହୁଏ ତେବେ ଓଡ଼ିଶାରେ ମଧ୍ୟ ସେ ସମୟରେ ବିଧାନସଭା ନିର୍ବାଚନ ନେଇ ବିଜେଡି ସହମତି ପ୍ରକାଶ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.