Below header

ଆସିଗଲା ଶୀତଋତୁ: ସଜେଇ ହୋଇଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ୧୫ରୁ ବାଲୁକା ଟେଣ୍ଟର ମଜା ନେବେ ପର୍ଯ୍ୟଟକ

ଆସିଲା ଶୀତଋତୁ । ଏଠାରେ ମହାନଦୀର ନୀଳ ଜଳ ରାଶି ଉପରେ ବୋଟିଂର ମଜା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିବ । ସେହିପରି ପିଲାଙ୍କ ପାଇଁ ପାଇଁ ଦୋଳି, ପର୍ଯ୍ୟଟକଙ୍କ ପାଇଁ ବ୍ୟାଡମିଣ୍ଟନ, ସାଇକେଲି° , ଜଙ୍ଗଲ ଟ୍ରାକିଂ,ରୋପ ୱେ, ଲାଇବ୍ରେରି, ବୋଟିଂ, କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଥିବାରୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦେଖିବାକୁ ମିଳୁଛି ।

ନୟାଗଡ(କେନ୍ୟୁଜ୍): ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ଭୋଜିଭାତ ସାଙ୍ଗକୁ ସାତକୋଶିଆ ଗଣ୍ଡର ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି ପର୍ଯ୍ୟଟକ । ନୟାଗଡ଼ ଜିଲ୍ଲା ମହାନଦୀ ପଠାରେ ରହିଛି ରାଜ୍ୟର ଏକମାତ୍ର ସ୍ୟାଣ୍ଡ ରିସର୍ଟ । ଯେଉଁଠାରେ ତମ୍ବୁ ତଳେ ରାତ୍ରି ଯାପନ କରିବା ସହ ବୋଟିଂ ଅଭୟାରଣ୍ୟ ଓ ସାତକୋଶିଆ ଗଣ୍ଡର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ମୂଳ ମଙ୍ଗାନାସି ଠାରେ ଥିବା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ଅନ୍ୟତମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଋତୁରେ ପର୍ଯ୍ୟଟକଙ୍କ ପାଇଁ ସାତ କୋଶିଆ ସ୍ୟାଣ୍ଡ ରିସୋର୍ଟ ସଜେଇ ହେଉଥିବା ଦେଖିବାକୁ ମିଳିଛି। ଚଳିତ ନଭେମ୍ବର ୧୫ରେ ଏହାର ଶୁଭ ଉଦଘାଟନ କରାଯିବ । ପୂର୍ବ ବର୍ଷ ପରି ଚଳିତ ବର୍ଷ ୧୬ଟି ଅଣ ଶୀତତାପ ନିୟନ୍ତ୍ରୀତ ଅସ୍ଥାୟୀ ଟେଣ୍ଟ ସେଠାରେ ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ୍ରମେ ଅବଶ୍ୟକସ୍ଥଳେ ଟେଷ୍ଟ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି ।

ମହାନଦୀର ନୀଳ ଜଳ ରାଶି ଉପରେ ବୋଟିଂର ମଜା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିବ । ସେହିପରି ପିଲାଙ୍କ ପାଇଁ ପାଇଁ ଦୋଳି, ପର୍ଯ୍ୟଟକଙ୍କ ପାଇଁ ବ୍ୟାଡମିଣ୍ଟନ, ସାଇକେଲି° , ଜଙ୍ଗଲ ଟ୍ରାକିଂ,ରୋପ ୱେ, ଲାଇବ୍ରେରି, ବୋଟିଂ, କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଥିବାରୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦେଖିବାକୁ ମିଳୁଛି ।ପର୍ଯ୍ୟଟନ ଋତୁରେ ବାଲୁକା ଶଯ୍ୟାରେ ଅସ୍ଥାୟୀ ଟେଣ୍ଟ ବ୍ୟତୀତ ମଙ୍ଗାନାସୀ ପାହାଡ଼ରେ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ୍ ଓ ପାହାଡ଼ ପାଦଦେଶରେ ୪ଟି ଶୀତତାପ ନିୟନ୍ତ୍ରୀତ ଟେଣ୍ଟ ବର୍ଷ ତମାମ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

boat

ଶୀତଦିନେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏହା ରାଜ୍ୟରେ ଏକ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳୀ ରୂପେ ବେଶ ପରିଚିତ ଲାଭ କରିଛି । ନିରୋଳା ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜାନେବା ପାଇଁ ଏହା ପର୍ଯ୍ୟଟକଙ୍କ ପାଇଁ ବେଶ ଉତ୍କୃଷ୍ଠ ସ୍ଥାନ । ଏହି ପର୍ଯ୍ୟଟନ ସ୍ଥଳରେ ରାତ୍ରି ଯାପନ କରିବା ପାଇଁ ECO – TOURISM ପୋର୍ଟାଲରେ ଲୋକଙ୍କୁ ପଞ୍ଜିକରଣ କରି ଟୋକନ ନେଇ ଏଠାରେ ରାତ୍ରିଯାପନ କରିପାରିବେ ପର୍ଯ୍ୟଟକ । ଅନ୍ୟପକ୍ଷେ ଏହାର ସଠିକ ପରିଚାଳନା ପାଇଁ ପାଖରେ ଥିବା ବଡମୁଳ ପଞ୍ଚାୟତର ସ୍ଥାନୀୟ ମୁଦୁଲିଗାଡ଼ିଆ ବାସିନ୍ଦା ଏହାର ପରିଚାଳନା ଦାୟିତ୍ବରେ ଅଛନ୍ତି ।

ପ୍ରକୃତିରାଣୀ କୋଳରେ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ସାତକୋଶିଆ ଗଣ୍ଡ ନାନା ରଙ୍ଗ ବେରଙ୍ଗର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ। ବଣଭୋଜି ପାଇଁ ଧିରେ ଧିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବକୁ ମିଳୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇବା ପାଇଁ ବହୁ ପ୍ରକୃତି ପ୍ରେମୀଙ୍କ ଆଗମନ ହେଲାଣି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.