ବିମାନ ଭିତରେ କଙ୍କଡ଼ାବିଛା! କାମୁଡିଦେଲା ମହିଳା ଯାତ୍ରୀଙ୍କୁ
ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଗୋଟାଏ ବିଶାକ୍ତ କଙ୍କଡ଼ାବିଛା କାମୁଡି ଦେଇଥିବା ଜଣାପଡିଛି। ଏକ ଗଣ୍ଯମାଧ୍ଯମ ରିପୋର୍ଟ ଅନୁସାରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ଏହି ଘଟଣା ଭାଇରାଲ୍ ହେବାରେ ଲାଗିଛି।
ନୂଆଦିଲ୍ଲୀ: ବିମାନ ଭିତରେ କଙ୍କଡ଼ାବିଛା । କାମୁଡିଦେଲା ଯାତ୍ରୀଙ୍କୁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ଘଟିଛି ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ଭିତରେ। ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଗୋଟାଏ ବିଶାକ୍ତ କଙ୍କଡ଼ାବିଛା କାମୁଡି ଦେଇଥିବା ଜଣାପଡିଛି। ଏକ ଗଣ୍ଯମାଧ୍ଯମ ରିପୋର୍ଟ ଅନୁସାରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ଏହି ଘଟଣା ଭାଇରାଲ୍ ହେବାରେ ଲାଗିଛି।
ଯାହା ସୂଚନା ମିଳିଛି, ୨୦୨୩ ଏପ୍ରିଲ୍ ୨୩ ତାରିଖ ଦିନ ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ନମ୍ବର ‘ଏଆଇ ୬୩୦’ରେ ଏହି ଅଘଟଣ ଘଟିଥିଲା। ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ଭିତରେ କଙ୍କଡ଼ାବିଛାଟି ମହିଳାକୁ କାମୁଡି ଦେଇଥିଲା। ତେବେ ତୁରନ୍ତ ବିମାନଟି ଅବତରଣ କରିବା ମାତ୍ରକେ ଉକ୍ତ ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା ଲାଗି ଡାକ୍ତରଙ୍କ ପ୍ରସ୍ତୁତ ରହିଥିଲେ। ମୁମ୍ବାଇ ବିମାନ ବନ୍ଦରକୁ ଏନେଇ ପୂର୍ବରୁ ଖବର ପଠାଇ ଦିଆଯାଇଥିଲା। ସେହି ଅନୁଯାୟୀ, ମୁମ୍ବାଇ ବିମାନ ବନ୍ଦରରେ ଉପସ୍ଥିତ ଥିବା ମେଡିକାଲ୍ ଟିମ୍ ଆହତ ହୋଇଥିବା ମହିଳାଙ୍କର ଚିକିତ୍ସା କରିଥିଲେ। ପରେ ତାଙ୍କୁ ଗୋଟାଏ ଡାକ୍ତରଖାନାକୁ ନିଆଯାଇ ସେଠାରୁ ଛାଡ଼ି ଦିଆଯାଇଥିଲା ଏବେ ସେ ଭଲ ଅଛନ୍ତି।
୨୦୨୩ ଏପ୍ରିଲ୍ ୨୩ ତାରିଖ ଦିନ ଆମ ବିମାନ ନମ୍ବର ‘ଏଆଇ୬୩୦’ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ କଙ୍କଡ଼ାବିଛା ଦଂଶନ କରିବା ଭଳି ଅତ୍ୟନ୍ତ ଆଶ୍ଚର୍ଯ୍ଯ ଓ ଦୁଃଖଦ ଘଟଣା ଘଟିଥିଲା। ଅବତରଣ ପରେ ବିମାନ ବନ୍ଦରରେ ଥିବା ଡାକ୍ତର ଉକ୍ତ ଯାତ୍ରୀଙ୍କର ଚିକିତ୍ସା କରିଥିବା କଥା ଏ ଘଟଣା ଉପରେ ଜାରି କରିଥିବା ଏକ ବିବୃତିରେ ଏୟାର୍ ଇଣ୍ଡିଆ କହିଛି।
ଏପଟେ ମହିଳା ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଅସୁସ୍ଥ ଯାତ୍ରୀଙ୍କ ସହିତ ଏୟାର୍ ଇଣ୍ଡିଆର ଅଧିକାରୀମାନେ ଡାକ୍ତରଖାନାକୁ ଯାଇଥିଲେ ଓ ମହିଳା ଜଣଙ୍କ ଡାକ୍ତରଖାନାରୁ ଘରକୁ ଯିବା ପର୍ଯ୍ୟନ୍ତ ତାଙ୍କ ସାଥିରେ ରହିଥିଲେ। ସେପଟେ, ଏୟାର୍ ଇଣ୍ଡିଆର ଟିମ୍ ଉକ୍ତ ବିମାନ ଭିତରେ ଭଲ ଭାବରେ ଖୋଜାଖୋଜି କରିବା ପରେ ଉକ୍ତ କଙ୍କଡ଼ା ବିଛାଟିକୁ ଠାବ କରି ବାହାର କରିଥିଲେ। ଏଭଳି ଘଟଣା ଘଟିବା ପରେ ଏୟାର୍ ଇଣ୍ଡିଆ ଟିମ୍ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଆହୁରି ସତର୍କ ହୋଇଯାଇଛି।
ତେବେ ଦର୍ଶକବନ୍ଧୁ ଆଶା କରୁଛୁ ଆଜିର ଏହି ଭାଇରାଇ ଭିଡିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଏଭଳି ଖବର ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ ଆମ ଚ୍ଯାନେଲ୍ କେନ୍ଯୁଜ୍ ଓଡିଶା ସହ।