Below header

ISRO ରେ ଚାକିରି ସୁଯୋଗ, ଦରମା ମାସକୁ ୧.୪୨ ଲକ୍ଷ

ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ଅନେକ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ମାଧ୍ୟମରେ ଟେକ୍ନିସିଆନ, ଡ୍ରାଫ୍ଟମ୍ୟାନ-ବି, ରେଡିଓଗ୍ରାଫର-ଏ ସମେତ ଅନେକ ପଦବୀ ପୂରଣ କରାଯିବ । ଆବେଦନ କରିବାର ତାରିଖ ୧୮ ମଇ ୨୦୨୩ରେ ସରିବ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ଅନେକ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ମାଧ୍ୟମରେ ଟେକ୍ନିସିଆନ, ଡ୍ରାଫ୍ଟମ୍ୟାନ-ବି, ରେଡିଓଗ୍ରାଫର-ଏ ସମେତ ଅନେକ ପଦବୀ ପୂରଣ କରାଯିବ । ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନେ ଫର୍ମ ପୂରଣ କରି ଆବେଦନ କରିପାରିବେ ।

ଆପ୍ଲିକେସନ ଲିଙ୍କ ଆକ୍ଟିଭ ହେବା ପରେ ପ୍ରାର୍ଥୀ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରର ୱେବସାଇଟରେ ଆବେଦନ କରିପାରିବେ । ଅଫିସିଆଲ ୱେବସାଇଟ ପାଇଁ vssc.gov.in କୁ ଯାଇ ସମସ୍ତ ବିବରଣୀ ଚେକ୍‌ କରିପାରିବେ ।

ଜରୁରୀ ତାରିଖ : ଏହି ପଦବୀରେ ଆବେଦନ କରିବାର ତାରିଖ ମଇ ୪, ୨୦୨୩ରୁ ଆରମ୍ଭ ହୋଇ ୧୮ ମଇ ୨୦୨୩ରେ ସରିବ ।

ପଦବୀ ବିବରଣୀ : ୧୧୨

ଟେକ୍ନିକାଲ ଆସିଷ୍ଟାଣ୍ଟ : ୬୦
ସାଇଣ୍ଟିଫିକ୍‌ ଆସିଷ୍ଟାଣ୍ଟ : ୨
ଲାଇବ୍ରେରୀ ଆସିଷ୍ଟାଣ୍ଟ : ୧
ଟେକ୍ନିସିଆନ ବି: ୪୩
ଡ୍ରାଫ୍ଟସମ୍ୟାନ ବି : ୫
ରେଡିଓଗ୍ରାଫର ଏ: ୧

ଶିକ୍ଷାଗତ ଯୋଗ୍ୟତା : ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଲଗା ଅଲଗା ରହିବ ।

ମାସିକ ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ଏହି ପଦବୀ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ ।

କିପରି ହେବ ଚୟନ : ଏହି ପଦବୀ ପାଇଁ ଚୟନ ଲିଖିତ ପରୀକ୍ଷା ଦେବା ପରେ ସ୍କିଲ ଟେଷ୍ଟ ମାଧ୍ୟମରେ ହେବ । ଏହାକୁ ପାସ୍‌ କରିବା ପରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://drive.google.com/file/d/16MQnwasDCZaTfobgm5yuGLNcZ5iwARii/view

https://drive.google.com/file/d/1j5Bn1ixlP7yA3cMnpFLgi2qe2b2u-oC_/view

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.