ଗମ୍ଭୀରଙ୍କ ସହିତ ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ ବିରାଟ କୋହଲି, କହିଲେ‘ମୋର କୌଣସି ଭୁଲ୍‌ ନଥିଲା’

ଗୌତମ ଗମ୍ଭୀରଙ୍କ ସହିତ ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ ବିସିସିଆଇ । ନବୀନ ଉଲ ହକଙ୍କ ନାମରେ ଅଭିଯୋଗ କରିଛନ୍ତି । ବିରାଟ କହିଛନ୍ତି, ମୋର କୌଣସି ଭୁଲ୍‌ ନଥିଲା।

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ କୋହଲି । ଝଗଡା ହେବାର ୫ ଦିନ ପରେ କୋହଲି ବିସିସିଆଇକୁ ଚିଠି ଲେଖି କହିଛନ୍ତି, ତାଙ୍କର କୌଣସି ଭୁଲ ନାହିଁ । ଏହି ଭୁଲ୍‌ ଯୋଗୁଁ ବିରାଟଙ୍କର ୧ କୋଟି ୭ ଲକ୍ଷ ଟଙ୍କାର କ୍ଷତି ହୋଇଛି ।

ଏହି ଝଗଡା ପରେ ବିସିସିଆଇ ଦୁହିଁଙ୍କର ୧୦୦ ପ୍ରତିଶତ ମ୍ୟାଚ୍‌ ଫି କାଟିଦେଇଥିଲା । ଏବଂ ନବୀଲ ଉଲ୍‌ ହକ୍‌ଙ୍କର ୫୦ ପ୍ରତିଶତ ମ୍ୟାଚ୍‌ ଫି କଟିଥିଲା । ଏମିତିରେ ବିରାଟ କୋହଲିଙ୍କର ୧ କୋଟି ୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଯାହାକୁ ନେଇ ବିସିସିଆଇକୁ ଚିଠି ଲେଖିଛନ୍ତି । ଝଗଡା ବେଳେ ଦୁହିଁଙ୍କୁ କୌଣସି ଭୁଲ କଥା କହିନଥିଲେ ବିରାଟ । ଏହାସହିତ ଚିଠିରେ ନବୀନ ଉଲ୍‌ ହକଙ୍କ ନାମରେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଲକ୍ଷ୍ନୌ ଏବଂ ବାଙ୍ଗାଲୋର ମ୍ୟାଚ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଏହି ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଛି । ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଳୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମର ଅମିତ ମିଶ୍ର ଓ ବେଙ୍ଗାଲରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ଆଇପିଏଲ୍ ୨୦୧୩ ସଂସ୍କରଣରେ ବି କୋହଲି ଓ ଗମ୍ଭୀରଙ୍କ ଭିତରେ ଜୋରଦାର ଝଡ଼ଗଡ଼ା ଓ କଥା କଟାକଟି ହୋଇଥିଲା । ସେତେବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ ଗୌତମ ଗମ୍ଭୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.