Below header

ଛାତ୍ରୀଙ୍କୁ ଅଶ୍ଳିଳ ଇଂଗିତ ସହ ପ୍ରେମ ନିବେଦନ କଲେ ଖେଳ ଶିକ୍ଷକ, ବିଇଓଙ୍କ ଅଫିସରେ ତାଲା ପକାଇଲେ ସ୍ଥାନୀୟ ଲୋକ

ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଖେଳ ଶିକ୍ଷକ ବିଭୁତି ଭୁଷଣ ସ୍ୱାଇଁ ଅଶ୍ଳିଳ ଇଂଗିତ ସହ ପ୍ରେମ ନିବେଦନ କରୁଥିବା ଭଳି ମହାକାଳପଡା ଥାନାରେ ସାଂଘାତିକ ଅଭିଯୋଗ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଇଓଙ୍କ ଅଫିସରେ ତାଲା ପକାଇଲେ ସ୍ଥାନୀୟ ଲୋକ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୨ ଘଣ୍ଟା ଘଣ୍ଟା ତାଲା ପକାଇଦେଲେ ସ୍ଥାନୀୟ ଲୋକେ । ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଖେଳ ଶିକ୍ଷକ ବିଭୁତି ଭୁଷଣ ସ୍ୱାଇଁ ଅଶ୍ଳିଳ ଇଂଗିତ ସହ ପ୍ରେମ ନିବେଦନ କରୁଥିବା ଭଳି ମହାକାଳପଡା ଥାନାରେ ସାଂଘାତିକ ଅଭିଯୋଗ ହୋଇଛି । ତେବେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଅବହେଳାକୁ ଦାୟୀ କରି ପରିବାର ସହ ଗାଁର କିଛି ମହିଳା ମାନେ ନ୍ୟାୟ ପାଇଁ ଶିକ୍ଷାଧିକାରୀ ଅଧିକାରୀଙ୍କୁ ଫେରାଦ ହୋଇ କୌଣସି ସୁଫଳ ନ ମିଳିବାରୁ ଉକ୍ତ ଶିଖ୍ଯକଙ୍କୁ ଚାକିରିରୁ ବହିସ୍କାର ସହ ଗିରଫ ଦାବି କରି ବିଇଓ ଙ୍କୁ ୨ ଘଂଟା କାଳ ତାଲା ପକାଇଦେଲେ ।

ଖବର ପାଇ ଥାନା ଅଧିକାରୀଙ୍କ ସହ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବା ଲହ ସମ୍ପ୍ରୁକ୍ତ ଖେଳ ଶିଖ୍ଯକଙ୍କ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମୁକୁଳିଥିଲେ ବ୍ଲକ ଶିଖ୍ଯା ଅଧିକାରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.