ଏବେ କୁକୁର ଓ ବିଲେଇଙ୍କ ପାଇଁ ହେବ ଟ୍ରେନ ଟିକେଟ ବୁକିଂ

ରେଳ ବିଭାଗର ନୂଆ ନିଷ୍ପତ୍ତି। ଏଣିକି ଆପଣମାନେ ବିନା କୌଣସି ସମସ୍ୟାରେ ନିଜର ପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରି ପାରିବେ । ଏବେ ଟ୍ରେନରେ ଗୃହପାଳିତ ପଶୁଙ୍କ ପାଇଁ କରିପାରିବେ ଅନଲାଇନ୍ ଟିକେଟ୍ ବୁକିଂ।

ଆପଣ ନିଜ ଘରେ କୁକୁର , ବିଲେଇ ପାଳିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣମାନେ ବିନା କୌଣସି ସମସ୍ୟା ରେ ନିଜର ପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରି ପାରିବେ । ଏହି ଖୁସି ଖବର ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଦିଆଯାଇଛି । ରେଳ ମନ୍ତ୍ରଣାଳୟ ଏସି -୧ ଶ୍ରେଣୀ ଟ୍ରେନ୍ ପାଇଁ କୁକୁର-ବିଲେଇଙ୍କ ପାଇଁ ଟିକେଟ୍ ଅନଲାଇନ୍ ବୁକିଂ କୁ ସହଜ କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ରେଳ ମନ୍ତ୍ରଣାଳୟ ମଧ୍ୟ ଗୃହପାଳିତ ପଶୁମାନଙ୍କର ବୁକିଂ କରିବା ପ୍ରକ୍ରିୟା TTE କୁ ଦେବାକୁ ଯୋଜନା କରିଛି । ଏହା ସହିତ ରେଳ ଯାତ୍ରୀମାନେ ସେମାନଙ୍କର ପୋଷା ପଶୁମାନଙ୍କୁ ଟ୍ରେନରେ କେମିତି ବିନା କୌଣସି ଅସୁବିଧାରେ ସାଙ୍ଗରେ ନେଇପାରିବେ ସେଥି ପାଇଁ ବ୍ୟବସ୍ଥା କରାଯାଉଛି ।

ଆପଣମାନେ ଟ୍ରେନରେ ଯିବା ପୂର୍ବରୁ ଅନେକ ଥର ଅନଲାଇନ ଟିକେଟ୍ କାଟିଥିବେ । ଟ୍ରେନ ଟିକେଟ ବୁକିଂକୁ ନେଇ ରେଳ ବିଭାଗ ପକ୍ଷରୁ ଅନେକ ସମୟରେ ନିୟମ ପରିବର୍ତ୍ତନ ହୋଇଥାଏ । ତେବେ ଆପଣମାନେ ଯଦି ନିଜର ଗୃହପାଳିତ ପଶୁଙ୍କୁ ନେଇ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥାନ୍ତି ତେବେ ଏଣିକି ସେମାନଙ୍କ ପାଇଁ ମଧ୍ୟ ଟିକେଟ କାଟିବାକୁ ପଡ଼ିବ । କେନ୍ଦ୍ର ସରକାରଙ୍କ ତରଫରୁ ଏକ ନୂଆ ଯୋଜନା ଉପରେ ବିଚାର ଚାଲିଛି ।

ଯଦି ଆପଣମାନେ ଘରେ ପାଳୁଥିବା କୁକୁର ଓ ବିଲେଇକୁ ଧରି ଟ୍ରେନରେ ଯାତ୍ରା କରିବାକୁ ଚାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଏଣିକି କିଛି ନିୟମ ମାନିବାକୁ ପଡ଼ିବ । ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଏଣିକି ଟ୍ରେନ୍ ଟିକେଟ ବୁକିଂ କରିବାକୁ ପଡ଼ିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ ଏକ ପ୍ରସ୍ତାବ ମଞ୍ଜୁରୀ ପାଇଁ ପଠାଯାଇଛି । ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିବା ପରେ ଲୋକମାନେ ନିଜ ସାଙ୍ଗରେ ଗୃହପାଳିତ ପଶୁଙ୍କୁ ନେଇ ଯାଇପାରିବେ ।

ତେବେ ଏହି ବୁକିଂ ଜେନେରାଲ, ସ୍ଲିପର କି ଥାର୍ଡ ଏସି କ୍ଲାସରେ ହେବ ନାହିଁ, ଏଥିପାଇଁ ଫାଷ୍ଟ କ୍ଲାସ ଏସି କୋଚରେ ଯାତ୍ରା କରିବାକୁ ପଡ଼ିବ । ଏହାଫଳରେ ଯାତ୍ରୀମାନେ ନିଜ ସାଙ୍ଗରେ ଗୃହପାଳିତ ପଶୁଙ୍କୁ ନେଇ କ୍ୟାବିନରେ ଯାତ୍ରା କରିପାରିବେ ଓ ଅନ୍ୟ ଲୋକମାନେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ । ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିବା ପରେ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ୱେବସାଇଟରେ ଗୃହପାଳିତ ପଶୁଙ୍କ ବୁକିଂ ପାଇଁ ବିକଳ୍ପ ଉପଲବ୍ଧ ହେବ । ତେବେ ଏଥିପାଇଁ କିଛି ସର୍ତ୍ତ ନିର୍ଦ୍ଧାରଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.