Below header

ଶୁକ୍ରବାର କରନ୍ତୁ ଏହି ଉପାୟ, ଆପଣଙ୍କ ଘରେ ହେବ ଧନର ବର୍ଷା

ନୂଆଦିଲ୍ଲୀ : ଧନ-ସମ୍ପଦର ଲୋଭ ସମସ୍ତଙ୍କର ରହିଛି । ଏଥିପାଇଁ ଲୋକେ କେତେ ପ୍ରକାର ବ୍ରତ ଓ ଉପବାସ କରନ୍ତି । ହେଲେ ଆମେ ଆଜି ଏପରି କିଛି ଟିପ୍ସ ଦେବୁ । ଯାହାଦ୍ୱାରା ମା’ ଲକ୍ଷ୍ମୀ ପ୍ରଶନ୍ନ ହେବା ସହ କେବେ ଧନର ଅଭାବ ରହିବ ନାହିଁ । ଘରେ ହେବ ଧନର ବର୍ଷା । ତେଣୁ ଶୁକ୍ରବାର ଏମିତି କିଛି କାମ କରନ୍ତୁ ଯାହା ଆପଣଙ୍କ ଧନ-ସମ୍ପଦ ବୃଦ୍ଧି କରିବ ।

ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ :

ଲାଲ୍‌ ରଙ୍ଗ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ । ତେଣୁ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ଲାଲ୍‌ ବସ୍ତ୍ର ଅର୍ପଣ କରନ୍ତୁ । ଏଥିସହିତ ଲାଲ ବିନ୍ଦି, ସିନ୍ଦୁର, ଲାଲ୍‌ ଚୁନ୍‌ରୀ ଓ ଲାଲ ଚୁଡ଼ି ମଧ୍ୟ ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ ସମ୍ପର୍କିତ ଅସୁବିଧା ଦୂର ହେବ ।

MAA LAXMI

ପୂଜାରେ ଲାଲ ଫୁଲ ଅର୍ପଣ କରନ୍ତୁ :

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଶୁକ୍ରବାର ଦିନ ମା’ଙ୍କ ପୂଜା କରିବା ସମୟରେ ଆପଣଙ୍କ ହାତରେ ଲାଲ୍‌ ରଙ୍ଗର ୫ଟି ଫୁଲ ଅର୍ପଣ କରି ପ୍ରାର୍ଥନା କରନ୍ତୁ । ପୁଣି ପୂଜା ସରିବା ପରେ ଏହି ଫୁଲକୁ ଆଲମାରୀ ବା ଆପଣଙ୍କ ତେଜୋରୀରେ ରଖନ୍ତୁ ।

ଶ୍ରୀ ଲକ୍ଷ୍ମୀନାରାୟଣ ପାଠ କରନ୍ତୁ :

ଶ୍ରୀ ଲକ୍ଷ୍ମୀନାରାୟଣ ପାଠ କରନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି ଓ ବ୍ୟକ୍ତିକୁ ଧନ ଓ ଯଶ ମିଳିଥାଏ । କୁହାଯାଏ ପାଠ କରିବା ପରେ ଲକ୍ଷ୍ମୀ ନାରାୟଣଙ୍କୁ ଖିର ଭୋଗ ଚଢ଼ାଇବା ଦରକାର । ଏହି ପ୍ରସାଦ କନ୍ୟାଙ୍କୁ ବାଣ୍ଟିବା ଦରକାର ।

ତେଜୋରୀରେ ରଖନ୍ତୁ ଚାଉଳ ପୁଟୁଳି :

ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ଲାଲ୍‌ ରଙ୍ଗର କପଡ଼ାରେ ୧୨୫୦ ଅରୁଆ ଚାଉଳ ରଖିକରି ପୁଟିଳି ବାନ୍ଧନ୍ତୁ । ଚାଉଳ ଭଙ୍ଗା ହୋଇନଥିବ ଆବଶ୍ୟକ । ପୁଟୁଳିକୁ ହାତରେ ଧରି ‘ଓଁ ଶ୍ରୀୟେ ନମଃ’ ମନ୍ତ୍ର ୫ ମାଳା ଜପ କରନ୍ତୁ । ପରେ ଏହି ପୁଟୁଳିକୁ ତେଜୋରୀରେ ରଖିଦିଅନ୍ତୁ ।

( ଏହି ଲେଖା କେବଳ ସୂଚନା ଆଧାରରେ ଆଧରିତ । ଅଧିକ ପରାମର୍ଶ ଜରୁରୀ )

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.