Below header

ବିରୂପା ନଦୀକୂଳରେ ଅବସ୍ଥିତ ପବିତ୍ର ଶ୍ରୀରାମ କ୍ଷେତ୍ର ଜଟାଧାରୀ ଆଶ୍ରମ

ବିରୂପା ନଦୀକୂଳରେ ଅବସ୍ଥିତ ଶ୍ରୀରାମ କ୍ଷେତ୍ର ଜଟାଧାରୀ ଆଶ୍ରମ। କଟକ ଜିଲ୍ଲା ମହାଙ୍ଗା ବ୍ଲକ ଭେଡା ପଞ୍ଚାୟତ ରାମକୃଷ୍ଣ ପୁର ଶ୍ରୀ ଶ୍ରୀ ଠାକୁର ଆତ୍ମାରାମ ଦେବଙ୍କ ପ୍ରଚେଷ୍ଟାରେ ୧୯୫୫ ମସିହାରେ ଗଢ଼ି ଉଠିଥିଲା ଏହି ଆଶ୍ରମ। ଆଶ୍ରମରେ ବିରାଜିତ ପ୍ରଭୁ ଜଗନ୍ନାଥ, ବଳଭଦ୍ର , ଦେବୀ ସୁଭଦ୍ରା , ମା’ ଶ୍ୟାମାକାଳୀ, ମା’ ଦୁର୍ଗା, ସୂର୍ଯ ନାରାୟଣ, ଗଣେଶ ଓ ନବଗ୍ରହଙ୍କ ସହ ଠାକୁର ବିଶ୍ୱାମିତ୍ରଙ୍କ ଭଳି ଅନ୍ୟ ଦେବାଦବୀ ପୂଜା ପାଇ ଆସୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଛତିଆ ବଟ ସହ ଏହି ଆଶ୍ରମ କଥା ମାଳିକାରେ ବର୍ଣ୍ଣନା କରାଯାଇଛି।

ହିନ୍ଦୁ ଧର୍ମ ଅନୁଯାୟୀ ଏଠାରେ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ବିଶେଷ କରି ଏଠାରେ ଠାକୁର ଆତ୍ମରାମଙ୍କ ଜନ୍ମ ବାର୍ଷିକୀ ଉତ୍ସବ ସହ ଅଷ୍ଟପ୍ରହରୀ ଓ ମାଘ ଶୁକ୍ଳ ସପ୍ତମୀ ଠାରୁ ୫ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ବଡ ଧୁମଧାମରେ ପାଳିତ ହୋଇଥାଏ। ଏହି ଅବସରରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, କଲିକତା ଓ ରାଜ୍ୟର ଅନ୍ତର୍ଗତ ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ।

78775873

ଏଠାରେ ଅନ୍ତେବାସୀ ସମେତ ୩୦ରୁ ଉର୍ଦ୍ଧ୍ୱ ବୃଦ୍ଧ-ବୃଦ୍ଧା ରହି ଆଶ୍ରମରେ ଗୋ’ ସେବା ଓ ଠାକୁର ପୂଜା କରିଥାନ୍ତି। ପ୍ରାତଃ ୫ଟା ସମୟରୁ ବେଦ ଧ୍ୱନିରେ ଠାକୁରଙ୍କ ସେବା ନୀତି ଆରମ୍ଭ ହୋଇ ସନ୍ଧ୍ୟାରେ ଆଳତି ଓ ନାମ ସଂକିର୍ତ୍ତନ ପରିବେଶ ମଧ୍ୟରେ ପୂଜା ନୀତି ସମ୍ପନ୍ନ ହୁଏ। ସୂଚନା ଅନୁଯାୟୀ ଆଶ୍ରମର ଉପର ମହଲାରେ ସମସ୍ତ ଦେବଦେବୀଙ୍କୁ ନେଇ ଦେବ ସଭା ମଧ୍ୟ ସ୍ଥାପନ କରାଯାଇଛି।

8787878

ତେବେ ଏହି ଆଶ୍ରମ ପକ୍ଷରୁ ସଂସ୍କୃତ ମହାବିଦ୍ୟାଳୟ, ସଂସ୍କୃତ ବିଦ୍ୟାଳୟ ଓ ସରକାରୀ ହୋମିଓପାଥି ଚିକିତ୍ସାଳୟ ନିର୍ମାଣ କରାଯାଇଛି। ଏହି ଶିକ୍ଷାନୁଷ୍ଠାନରେ ଓଡ଼ିଶାର କୋଣ ଅନୁକୋଣରୁ ବିଦ୍ୟାର୍ଥ ମାନେ ଆସି ୬ଷ୍ଠ ଶ୍ରେଣୀରେ ନାମ ଲେଖି ବେଦ ଅଧ୍ୟୟନ କରିଥାନ୍ତି। ଏଠାରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥଙ୍କ ରହିବା, ପଢ଼ିବା ଓ ଖାଇବା ଖର୍ଚ୍ଚ ବହନ ଆଶ୍ରମ ତରଫରୁ ବହନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.