Below header

ସଟଡାଉନ ସହ ପ୍ରଚଣ୍ଡ ଖରା, ଦିନର ସର୍ବାଧିକ ତାପମାତ୍ରାରେ ସିଝିଲା ରାଜଧାନୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପୁଣି ବଢ଼ିଲା ଖରା । ଆଜି ୧୨ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ରାଜଧାନୀରେ ଆଜି ତାପମାତ୍ରା ଥିଲା ୪୨.୧ ଡିଗ୍ରୀ ସେଲସିୟସ୍‌ ।  ସଟଡାଉନଥିବାରୁ ଲୋକେ ସବୁ  ଘରେ ଥିଲେ। ଯାହା ଫଳରେ ଆଜିର ତାପମାତ୍ରାରେ ସମସ୍ତେ ଗୁଳୁଗୁଳ ଅନୁଭବ କରି ରାଜଧାନୀବାସୀ ଅସ୍ତବ୍ୟସ୍ତ ହୋଇଯାଇଥିଲେ।

ସେହିଭଳି ଆଜି ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ସୋନପୁରରେ ୪୧.୮, ବାରିପଦାରେ ୪୧.୬ ଏବଂ ଟିଟିଲାଗଡ଼ ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା । ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା । ୪୦ ଡିଗ୍ରୀ ତଳକୁ ଖସିଥିଲା ପାରଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.