ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତିମାନଙ୍କ ପାଇଁ ୧୪ ଦିନ ବଦଳରେ ୭ଦିନିଆ ହେବ କ୍ୱାରେଣ୍ଟାଇନ ଅବଧି

କେନ୍ୟୁଜ୍(ବ୍ୟୁରୋ):   ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବଦଳିଲା ନିୟମ। ୧୪ ଦିନ ବଦଳରେ ଏଣିକି ୭ଦିନିଆ ହେବ କ୍ୱାରେଣ୍ଟାଇନ । ତେବେ ଏଥିପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବାର ପ୍ରମାଣ ପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିଛି। ଏହା ଦର୍ଶାଇବା ପରେ ୧୪ଦିନ ବଦଳରେ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିପାରିବେ। ଘରେ ଆବଶ୍ୟକ ସୁବିଧା ନଥିଲେ ଟିଏମ୍‌ସି କିମ୍ବା ପେଡ କ୍ୱାରେଣ୍ଟାଇନରେ ୭ଦିନ ରହିବା ଆବଶ୍ୟକ।

ତେବେ ପଶ୍ଚିମବଙ୍ଗରୁ ବ୍ୟକ୍ତିଗତ କିମ୍ବା ଭଡ଼ାଗାଡ଼ିରେ ଓଡ଼ିଶା ଆସୁଥିବା ବ୍ୟକ୍ତି ପୂର୍ବଭଳି ଟିଏମ୍‌ସିରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବେ। ସେହିପରି ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର କିମ୍ବା ରେଳରେ ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ୧୪ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ରହିଛି। ତେବେ ସରକାରଙ୍କ କୋଭିଡ ପରିଚାଳନା କାର୍ଯ୍ୟ ଓ ନିର୍ବାଚନ ସଂପର୍କୀତ ଜରୁରୀକାଳିନ କାର୍ଯ୍ୟରେ ଓଡ଼ିଶା ଆସୁଥିବା କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି। କିନ୍ତୁ ସେମାନେ କୋଭିଡ ନିୟମାବଳୀର କଡ଼ାକଡ଼ି ପାଳନ କରିବେ ଓ ଅନାବଶ୍ୟକ ଭାବେ ବୁଲାବୁଲି ନକରିବାକୁ କୁହାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.