Below header

ପ୍ରେମ ସାମ୍ନାରେ ହାର ମାନିଲା ଜାତି, ଜଣେ ଆଦିବାସୀ ଝିଅଙ୍କୁ ନିଜର କଲେ ଟାଟୁ ଶିଳ୍ପୀ ଓମ ଆଚାର୍ଯ୍ୟ

ଜଣାଶୁଣା ଟାଟୁ ଶିଳ୍ପୀ ଓମ୍‌ ଆଚାର୍ଯ୍ୟଙ୍କ ନିଆରା ଓ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଛି । ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରୁ ଆସିଥିବା ଓମ, ପରବାରବର୍ଗଙ୍କ ସହମତିରେ ଆପଣେଇଛନ୍ତି ଜଣେ ଆଦିବାସୀ ଝିଅଙ୍କୁ । ଆଉ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଏଭଳି ବିବାହ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଭୁବନେଶ୍ୱରର ଜଣାଶୁଣା ଟାଟୁ ଶିଳ୍ପୀ ଓମ୍‌ ଆଚାର୍ଯ୍ୟ ପରମ୍ପରାକୁ ଭାଙ୍ଗି ଜଣେ ଆଦିବାସୀ ଝିଅଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଓମ୍‌ଙ୍କ ପରି କନ୍ଧମାଳ ଜିଲ୍ଲା କଳିଙ୍ଗା ଅଞ୍ଚଳର ବୈଶାଳି ପ୍ରଧାନ ମଧ୍ୟ ଜଣେ ଟାଟୁ ଶିଳ୍ପୀ l ଭୁବନେଶ୍ୱରର ଚିନ୍ତାମଣିଶ୍ୱରରେ ଓମ୍‌ କରିଥିବା ଅନୁଷ୍ଠାନରେ ଶିଳ୍ପୀ ଭାବେ ପ୍ରଶିକ୍ଷଣ ନେଉଛନ୍ତି ବୈଶାଳି । ପରିବାର ବର୍ଗ ମଧ୍ୟ ଏହି ଆଦର୍ଶ ବିବାହରେ ସହଯୋଗ କରିଛନ୍ତି l

ଜାତିଗତ ବୈଶମ୍ୟକୁ ନମାନି ବର ଓ କନ୍ୟା ପରିବାର ଉଭୟ ପୁରୀ ଆସି ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି l ବରକନ୍ୟା ଓ ସେମାନଙ୍କ ସବୁ ସମ୍ପର୍କୀୟ ଏହି ଆଦର୍ଶ ବିବାହରେ ଖୁସି ବ୍ୟକ୍ତ କରିଛନ୍ତି l ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଏଭଳି ବିବାହ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପରମ୍ପରାକୁ ଭାଙ୍ଗି ଏଭଳି ଆଦର୍ଶ ବିବାହ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ସହାୟକ ବୋଲି ଆଶା କରାଯାଉଥିବା ନେଇ ଉଭୟଙ୍କ ପରିବାର ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.