ପୁଣି ଇଣ୍ଟରନେଟରେ ଭାଇରଲ ହେଲା ୱିଙ୍କ ଗାର୍ଲଙ୍କ ଭିଡିଓ, ନୂଆ ଗୀତରେ ନିତିନଙ୍କ ସହିତ ଆସିଲେ ନଜର

ୱିଙ୍କ ଗାର୍ଲ ପ୍ରିୟା ଭାରିଅର ପୁଣି ଇଣ୍ଟରନେଟରେ ହେଲେ ଭାଇରାଲ୍ । ମାଲାୟାଲାମ୍ ଅଭିନେତ୍ରୀ ପ୍ରିୟାଙ୍କ ନୂଆ ଫିଲ୍ମ ‘ଚେକ୍’ ରିଲିଜ୍ ହେବା ଅପେକ୍ଷାରେ ରହିଛି। ଆସନ୍ତା ୨୬ ତାରିଖରେ ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ଏହି ଫିଲ୍ମ ରିଲିଜ୍ ପୂର୍ବରୁ ନିର୍ମାତା ଫିଲ୍ମର ଏକ ଗୀତ ଗୀତ ରିଲିଜ୍ କରିଛନ୍ତି, ଯାହାକି ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଏହି ଗୀତରେ ପ୍ରିୟା ନିତିନଙ୍କ ସହିତ ନଜର ଆସିଛନ୍ତି। ଗୀତର ନାମ ‘ ନିନୁ ଚୁଡାକୁଣ୍ଡା’ ରହିଛି।

ଏହି ଗୀତଟି ଇଣ୍ଟରନେଟରେ ଭାଇରାଲ୍ ହେବା ପରେ ପ୍ରିୟା ପ୍ରକାଶ ଭାରିୟର୍ ଟ୍ବିଟରରେ ଖୁବ୍ ଜୋରରେ ଟ୍ରେଣ୍ଡ୍ ହେବାରେ ଲାଗିଛନ୍ତି। ଗୀତଟିକୁ ଲେଖିଛନ୍ତି ଶ୍ରୀ ମଣି ଓ ଏହାକୁ ସଂଯୋଜନା କରିଛନ୍ତି କଲ୍ୟାଣୀ ମଲ୍ଳିକ୍। ‘ଚେକ୍’ ହେଉଛି ଏକ ତେଲୁଗୁ ଆକ୍ସନ ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରଶେଖର ୟେଲେତି। ଫିଲ୍ମକୁ ପ୍ରଯୋଜନା କରିଛନ୍ତି ଭି ଆନନ୍ଦ ପ୍ରସାଦ।

ସୂଚନାଯୋଗ୍ଯ, ୨୦୧୭ ମସିହାରେ ପ୍ରିୟା ପ୍ରକାଶ ଭାରିୟରଙ୍କର ଏକ ୱିଙ୍କ୍(ଆଖିମରା) ଭିଡିଓ ଭାଇରାଲ୍ ହେବା ପରେ ସେ ରାତାରାତି ଇଣ୍ଟରନେଟରେ ସେନ୍ସେସନ୍ ପାଲଟି ଯାଇଥିଲେ।

video courtesy : Aditya Music

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.