ଆମ ଶିକାର ଆମେ ଦବୁନୁ, ବନ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ବନ୍ଧୁକ ଓ ସମ୍ବର ମାଂସ ଛଡାଇ ନେଲେ ଶିକାରୀ

ମୟୂରଭଞ୍ଜ(କେ ନ୍ୟୁଜ): ଶିକାରୀଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ । ଗୋଡାଇ ଗୋଡାଇ ପଥର ମାଡ ସହ ଗାଡି ଭାଙ୍ଗି ଦେଲେ ଶିକାରୀ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜର ଜମୁଡିହା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଶିମିଳିପାଳରୁ ପାଖାପାଖି ୫୦ରୁ ଅଧିକ ଶିକାରୀ ୨ଟି ସମ୍ବର ଶିକାର କରି ଗାଁରେ ରଖିଥିଲେ । ଉଦଳା ରେଞ୍ଜର କର୍ମଚାରୀ ଘଟଣାସ୍ଥଳକୁ ଯାଇ ୨ଟି ବନ୍ଧୁକ ଏବଂ ସମ୍ବର ମାଂସକୁ ଜବତ କରି ଗାଡି ପାଖକୁ ଆସୁଥିବା ବେଳେ ହଠାତ୍‌ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା ।

ପଥର ଫିଙ୍ଗିବା ସହ ଗାଡି ଭାଙ୍ଗି ଦେଇଥିଲେ । ଏପରିକି ବନ କର୍ମଚାରୀଙ୍କୁ ଆକ୍ରମଣ କରି ଗୋଟିଏ ବନ୍ଧୁକ ଓ ସମ୍ବର ମାଂସ ଛଡାଇ ନେଇଛନ୍ତି । ଶିକାରୀଙ୍କ ଆକ୍ରମଣରେ ଆହତ ହୋଇଥିବା ୪ ଜଣ ବନ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.