Below header

ମାଘ ପୂର୍ଣ୍ଣିମା : ଏହାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେବୃଆରୀ ୯ ତାରିଖରେ ପଡୁଛି ମାଘ ପୂର୍ଣ୍ଣିମା। ପୂର୍ଣ୍ଣିମା ଦିନ ସ୍ନାନ ଏବଂ ଦାନ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ। ଯଦି କାହାର ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ରହିଥାଏ ସେ ସେହି କିଛି ଉପାୟ କରି ଚନ୍ଦ୍ରମାକୁ ମଜବୁତ କରିପାରିବେ।

ପୂର୍ଣ୍ଣିମାର ବୈଜ୍ଞାନିକ ମହତ୍ତ୍ୱ :

ପୂର୍ଣ୍ଣିମାର ମହତ୍ତ୍ୱ ବୈଜ୍ଞାନକ ଭାବେ ମଧ୍ୟ ରହିଛି। ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପାଣିକୁ ନିଜ ଆଡକୁ ଟାଣିଥାଏ। ମନୁଷ୍ୟ ମଧ୍ୟରେ ୭୦ ପ୍ରତିଶତ ପାଣି ରହିଥାଏ। ତେଣୁ ପୂର୍ଣ୍ଣିମା ଦିନ ମନୁଷ୍ୟର ସ୍ୱାସ୍ଥ୍ୟ କିଛିମାତ୍ରାରେ ପରିବର୍ତ୍ତିତ ହୋଇଥାଏ।

magh_purnima_

ଧାର୍ମିକ ମହତ୍ତ୍ୱ :

ପୁରାଣ ଅନୁଯାୟୀ ମାଘ ପୂର୍ଣ୍ଣିମା ଦିନ ଦେବୀ ଦେବତା ମାନବ ରୂପ ଧାରଣ କରି ଗଙ୍ଗା ସ୍ନାନ କରନ୍ତି। ଏହି ଦିନ ଘରେ ସତ୍ୟନାରାୟଣ ପୂଜାପାଠ କରିବା ଶୁଭ ହୋଇଥାଏ। ପୂର୍ଣ୍ଣିମା ଦିନ ଚନ୍ଦ୍ର ସଂପୂର୍ଣ୍ଣ ଭାବେ ଦେଖାଦେଇଥାଏ। ଏଥିପାଇଁ ଏହି ଦିନ କୌଣସି ନଦୀରେ ସ୍ନାନ କରିବା ଦ୍ୱାରା ସବୁ ପାପ କ୍ଷୟ ହୋଇଥାଏ।

ଯଦି କୌଣସି ବ୍ୟକ୍ତି ପବିତ୍ର ନଦୀ ପାଖକୁ ନ ଯାଇପାରନ୍ତି ତେବେ ସେ ନିଜ ଗାଧୋଇବା ପାଣିରେ ଗଙ୍ଗାଜଳ ପକାଇ ଗାଧୋଇପାରିବେ। ଏହିଦିନ ପିତୃପୁରୁଷଙ୍କୁ ତର୍ପଣ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ।

paisa

ପୂର୍ଣ୍ଣିମା ଦିନ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ଏହିଦିନ ସୂର୍ଯ୍ୟୋଦୟରୁ ଉପାସ ରହିବା ସହ ଚନ୍ଦ୍ର ଦର୍ଶନ ପରେ ସମାପ୍ତ କରିବା ଉଚିତ। ପୂର୍ଣ୍ଣିମା ଦିନ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରିବା ଦ୍ୱାରା ଶୁଭଫଳ ମିଳିଥାଏ।

ମାଘ ମାସ ପୂର୍ଣ୍ଣିମାକୁ ମାଘ ପୂର୍ଣ୍ଣିମା କୁହାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ୨୭ ନକ୍ଷତ୍ରରେ ଏକ ମଘାରୁ ମାଘ ପୂର୍ଣ୍ଣିମାର ଉତ୍ପତ୍ତି ହୋଇଥାଏ। ପୌରାଣିକ କଥା ମୁତାବକ, ମାଘ ପୂର୍ଣ୍ଣିମାରେ ସ୍ୱୟଂ ଭଗବାନ ବିଷ୍ଣୁ ଗଙ୍ଗାଜଳରେ ବାସ କରନ୍ତି। ଏଥିପାଇଁ ସେହିଦିନ ଗଙ୍ଗା ସ୍ନାନ କରିବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।

purnima

ମାଘ ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ କରିବା ପରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିନ୍ତୁ। ବିଷ୍ଣୁଙ୍କୁ ପୂଜା କରିବା ପରେ ପିତୃପୁରୁଷୁ ତର୍ପଣ କରନ୍ତୁ। ତାପରେ କୌଣସି ଅସହାୟ ବ୍ୟକ୍ତିଙ୍କୁ ଭୋଜନ, କପଡା, କମ୍ବଲ, ତେଲ, ଗୁଡ, ଘିଅ, ଫଳ କିମ୍ବା ଅନ୍ନ ଆଦି ଦାନ କରନ୍ତୁ। ଆପଣ ସୁନା ରୂପା ମଧ୍ୟ ଦାନ କରିପାରିବେ। ଏହାଛଡା ଏହିଦିନ ଗାଈ ଦାନ କରିବା ଦ୍ୱାରା ବିଶେଷ ଲାଭ ମିଳିବ। ଏହାଛଡା ଏହିଦିନ କଳହରୁ ନିଜକୁ ନିବୃତ୍ତ ରଖନ୍ତୁ। ମାଘ ପୂର୍ଣ୍ଣିମା ଦିନ ବ୍ରତ ରଖିବା ଦ୍ୱାରା ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.