Below header

ଏ ପର୍ଯ୍ୟନ୍ତର ସବୁଠାରୁ ଛାତିଥରା Video: ହଠାତ ଆକାଶରୁ ହେବାକୁ ଲାଗିଲା ମୂଷା ବର୍ଷା, ଦେଖିଲେ ଆପଣଙ୍କର ବି ଦେହ ଶିହରୀ ଉଠିବ

କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆରୁ ଆସିଥିବା ଏକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଭିଡିଓରେ ଆକାଶରୁ ମୂଷା ବର୍ଷା ହେଉଥିବାର ଦେଖିବାକୁ ମିଳୁଛି। ଗୋଟିଏ ପଟେ କରୋନା ଲୋକଙ୍କୁ ଭୟଭୀତ କରି ରଖିଥିବା ବେଳେ ଅନ୍ୟପଟେ ଦେଶରେ ଏବେ Biblical Plague ଆତଙ୍କ ସୃଷ୍ଟି କରିବା ଆରମ୍ଭ କରି ଦେଇଛି।

ଏହି ପ୍ଲେଗ ମୂଷାଙ୍କ ଦ୍ଵାରା ବ୍ୟାପିଥାଏ। ଭାଇରଲ ଭିଡିଓ କ୍ଲିପକୁ ଜଣେ ଜର୍ଣ୍ଣାଲିଷ୍ଟ ଲୁସି ଠାକରେ ଟ୍ୱିଟରରେ ସେୟାର କରିଛନ୍ତି। ଏହି କ୍ଲିପରେ ଦେଖାଯାଉଛି କି, ଆକାଶରୁ ପଡ଼ୁଥିବା ମୂଷା ତଳେ ପଡିବା ପରେ ଏଣେତେଣେ ଦୌଡ଼ି ପଳାଉଛନ୍ତି। ସେହିପରି କେତେକ ମୂଷା ମରି ପଡିଥିବା ଦେଖାଯାଉଛି। ଏହାର କିଛି ସମୟ ପରେ ସେଠାରେ ମଲା ମୂଷା ଗଦା ହୋଇପଡୁଛନ୍ତି।

ଜଣାପଡିଛି, ଏହି ମୂଷା ସବୁ ସିଲୋ(କ୍ଷେତରେ ବ୍ୟବହାର ହେଉଥିବା ବଡ଼ ଷ୍ଟୋରେଜ ରୁମ)ରେ ଲୁଚିଥିଲେ। ଯେତେବେଳେ ଏହାକୁ ସଫା କରାଗଲା, ତ ସେଠୁ ଏତେ ସଂଖ୍ୟକ ମୂଷା ବାହାରିଥିଲେ। କୃଷକମାନେ କ୍ଷେତରେ ଶସ୍ୟ ସଫା କରିବା ପାଇଁ ମେସିନ ଚଲାଇଥିଲେ, କିନ୍ତୁ ଏଥିରେ ଶସ୍ୟ ସହିତ ଅଧିକ ସଂଖ୍ୟାରେ ମୂଷା ବାହାରିବାକୁ ଲାଗିଲେ। ଜର୍ଣ୍ଣାଲିଷ୍ଟ ଭିଡିଓ ସେୟାର କରି ଲେଖିଛନ୍ତି କି, କେବେ ଆପଣ ଏଭଳି ମୂଷା ବର୍ଷା ଦେଖିଛନ୍ତି କି?

ସୂଚନାଥାଉ କି, ଏବେ ଅଷ୍ଟ୍ରେଲିଆରେ ମୂଷାଙ୍କ ଯୋଗୁ ପ୍ଲେଗ ରୋଗ ବ୍ୟାପିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏତେ ସଂଖ୍ୟାରେ ମୂଷାଙ୍କୁ ଦେଖି କୃଷକମାନେ ସରକାରଙ୍କୁ ସାହାଯ୍ୟ ନିବେଦନ କରିଛନ୍ତି। ଦେଶର ଲୋକଙ୍କ କହିବା ହେଲା, ପ୍ରତି ୧୦ ବର୍ଷରେ ଏମିତି ମହାମାରୀ ବ୍ୟାପିଥାଏ। ଏହା ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.