Below header

ଏଭଳି କାମ କରି କୋଟି କୋଟି ଟଙ୍କା କମାନ୍ତି ଏହି ଯୁବକ, ଜାଣିଲେ ବେହୋସ ହୋଇଯିବେ ଆପଣ

ମା’, ବାପା ସବୁବେଳେ ପିଲାମାନଙ୍କୁ ଭିଡିଓ ଗେମ୍ସ କିମ୍ବା ପାଠପଢ଼ାରୁ ଧ୍ୟାନ ହଟାଉଥିବା ଜିନିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାଆନ୍ତି। ଏମିତିରେ ଭିଡିଓ ଗେମ୍ସ ସମୟ ଅପଚୟ କରିଥାଏ। କିନ୍ତୁ ଆମେରିକାର ୨୭ ବର୍ଷର ଯୁବକ ଟାଇଲର ଭିଡିଓ ଗେମ୍ ଖେଳି ୧୦ ମିଲିୟନ ଡଲାର ଅର୍ଥାତ୍ ପାଖାପାଖି ୭୦ କୋଟି ଟଙ୍କା କମାଇଛନ୍ତି।

୨୦୧୮ ମାର୍ଚ୍ଚରେ ଜଣେ ର‍୍ୟାପ୍ ସିଙ୍ଗର ଡ୍ରେକ୍ ଲାଇଭ୍ ପରଫର୍‌ମାନ୍ସ ଦେଉଥିଲେ, ଏହି ସମୟରେ ଟାଇଲର୍ ମଧ୍ୟ ସେଠି ଉପସ୍ଥିତ ଥିଲେ। ଏହି ଲାଇଭ୍ ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ। ଟାଇଲର୍ ଏହି ଭିଡିଓ ପାଇଁ ପୂରା ସୋସିଆଲ ମିଡିଆରେ ଛାଇଯାଇଥିଲେ।

video game1

ଟାଇଲର୍‌ଙ୍କର ୟୁଟ୍ୟୁବ୍‌ରେ ନିଜର ଚ୍ୟାନେଲ ରହିଛି। ଏଥିରେ ତାଙ୍କର ୨ କୋଟିରୁ ଅଧିକ ୟୁଜର୍ସ ରହିଛନ୍ତି। ସେମାନେ ଚ୍ୟାନେଲରେ ପପ୍‌-ଅପ୍ ଆଡ୍ ଦେଖିଥାଆନ୍ତି। ଆଡ୍‌ରୁ ଆସୁଥିବା ପଇସାର କିଛି ଅଂଶ ଟାଇଲର୍‌ଙ୍କୁ ମିଳିଥାଏ। ୟୁଟ୍ୟୁବ୍‌ରେ ତାଙ୍କର ପ୍ରତ୍ୟେକ ଭିଡିଓକୁ ଲକ୍ଷେରୁ ଅଧିକ ଭ୍ୟୁ ମିଳିସାରିଛି। ଏହାଛଡ଼ା ସେ ଷ୍ଟ୍ରିମିଙ୍ଗ୍ ଆପ୍ ଟୁଇଚ୍‌ରେ ମଧ୍ୟ ବେଶ୍ ଲୋକପ୍ରିୟ ଅଛନ୍ତି। ଟାଇଲର୍ ଏବେ ଫୋର୍ଟନାଇଟ୍ ଗେମ୍‌ର ବେଷ୍ଟ ପ୍ଲେୟାରଙ୍କ ମଧ୍ୟରୁ ଜଣେ।

ଏହାସହ ପଢ଼ନ୍ତୁ: ଏଠାରେ ଅଫିସରେ ମନୋରଞ୍ଜନ କରନ୍ତି ଚିୟର୍ସ ଲିଡର, ପୁରୁଷ କର୍ମଚାରୀଙ୍କ ସହ କରନ୍ତି ଏଭଳି କାମ

ସୂଚନାଥାଉ କି, ଭିଡିଓ ଗେମର୍ସଙ୍କ ରୋଜଗାର, ଗେମ୍‌ପ୍ଲେର ଷ୍ଟ୍ରିମିଙ୍ଗ୍ ଉପରେ ନର୍ଭର କରିଥାଏ। ଏତଦ୍ ବ୍ୟତୀତ ପପ୍‌-ଅପ୍ ଆଡ୍ ଏବଂ ସବସ୍କ୍ରାଇବର ମଧ୍ୟ ରୋଜଗାରର ମାଧ୍ୟମ ବନିଥାଆନ୍ତି। ଟୁଇଚ୍‌ରେ ଟାଇଲର୍‌ଙ୍କର ସବୁଠାରୁ ଅଧିକ ୧୨ ମିଲିୟନ ଏବଂ ୟୁଟ୍ୟୁବ୍‌ରେ ୨୦ ମିଲିୟନ ସବସ୍କ୍ରାଇବର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.