MTNL ଲଞ୍ଚ କଲା ନୂଆ ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌ : ମିଳିବ 1 Gbps ଡାଉନଲୋଡିଂ ସ୍ପିଡ, ଉଠାନ୍ତୁ ଫାଇଦା

ସରକାରୀ ଟେଲିକମ୍‌ କମ୍ପାନୀ MTNL ଦୀର୍ଘ ଦିନ ପରେ ଦିଲ୍ଲୀର ୟୁଜର୍ସ ପାଇଁ ଦୁଇଟି ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍‌ ଲଞ୍ଚ କରିଛି। ଉପଭୋକ୍ତାଙ୍କୁ ଏହି ଡାଟା ପ୍ଲାନରେ1 Gbps ଡାଉନଲୋଡିଂ ସ୍ପିଡ ମିଳିବ। ଏହାସହିତ ମୁମ୍ବାଇର ଉପଭୋକ୍ତା ମଧ୍ୟ ଏହି ଡାଟା ପ୍ଲାନର ଲାଭ ଉଠାଇପାରିବେ। ଏହି ଦୁଇଟି ପ୍ଲାନର ଦାମ୍‌ ରହିଛି ୨,୯୯୦ ଏବଂ ୪,୯୯୦ଟଙ୍କା ।

ଉପଭୋକ୍ତା ଦୁଇଟି ପ୍ଲାନରେ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ୪ TB ଏବଂ ୮ TB FUP ମିଳିବ। ଏହାର ଫାଇଦା ନୂଆ ଉପଭୋକ୍ତା ମଧ୍ୟ ଉଠାଇପାରିବେ।। ସେହିପରି ୬ ମାସ ପରେ FUP ଲିମିଟକୁ କମାଇଦିଆଯାଇ ୩ TB ଓ ୪TB କରିଦିଆଯିବ। କିନ୍ତୁ ଏହା ଭିତରେ ଅନଲିମିଡେଟ୍‌ କଲିଂର ସୁବିଧା ମଧ୍ୟ ମିଳିବ।

mtnl

ବ୍ରଡବ୍ୟାଣ୍ଡ ପ୍ଲାନ :

ଦିଲ୍ଲୀ ଏବଂ ମୁମ୍ବାଇର ଉପଭୋକ୍ତାଙ୍କୁ ଦୁଇଟିଯାକ ପ୍ଲାନରେ ୧ Gbps ଡାଉନଲୋଡ ସ୍ପିଡ ମଧ୍ୟ ମିଳିବ। ଏହାସହିତ ଅନଲିମିଟେଡ୍‌ ଭଏସ କଲ୍‌ର ସୁବିଧା ମିଳିବ। ଅଧିକ ଲୋକ କିପରି ଏହି ସୁବିଧା ପାଇବେ, ସେଥିପାଇଁ କମ୍ପାନୀ ପକ୍ଷରୁ ଏହି ପ୍ଲାନ ଲଞ୍ଚ କରାଯାଇଛି। MTNL ଏହି ପ୍ଲାନ ଜରିଆରେ ରିଲାଏନ୍ସ ଜିଓ, ଏୟାରଟେଲ, ବିଏସ୍‌ଏନ୍‌ଏଲ୍‌ ଏବଂ ଭୋଡାଫୋନ ଭଳି କମ୍ପାନୀକୁ ଟକ୍କର ଦେଉଛି।

mtnl 1

ଏମ୍‌ଟିଏନ୍‌ଏଲ୍‌ର ଅନ୍ୟ ବ୍ରଡବ୍ୟାଣ୍ଡ ପ୍ଲାନ :

କମ୍ପାନୀ ଏହା ପୂର୍ବରୁ ୧,୧୧୧ ଟଙ୍କିଆ ବ୍ରଡବ୍ୟାଣ୍ଡ ପ୍ଲାନ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଗ୍ରାହକଙ୍କୁ ଏହି ପ୍ଲାନରେ ୫୦୦ ଏମ୍‌ବିପିଏସ୍‌ ଡାଉନଲୋଡିଂ ସ୍ପିଡ ମିଳୁଥିଲା। ଏହା ସହିତ ୧୫୦୦ ଜିବି ଡାଟାରFUP ଲିମିଟ୍‌ ମଧ୍ୟ ମିଳୁଥିଲା। ସେହିଭଳି ୨୦୦୦ ଟଙ୍କିଆ ପ୍ଲାନରେ ୫୦୦Mbps ଡାଉନଲୋଡିଂ ସ୍ପିଡ ସହ ୨TB FUP ଲିମିଟ୍‌ର ଫାଇଦା ମିଳୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.