ବାଲିଗୁଡ଼ା: ଡକାୟତି କରିବାକୁ ଯାଇ ଫସିଗଲେ ଡକାୟତ, ରାତି ସାରା ବନ୍ଧା ହୋଇ ରହିଲେ ଦୁଇ ଜଣ ଚୋର

ବାଲିଗୁଡ଼ା(କେନ୍ୟୁଜ୍): ଡକାୟତି କରିବାକୁ ଯାଇ ଫସିଗଲେ ଡକାୟତ । ଡକାୟତି ଯୋଜନା ପଣ୍ଡ ହେବା ସହ ରାତି ସାରା ଦୌଡିରେ ବନ୍ଧା ହୋଇ ରହିଲେ ଦୁଇ ଜଣ ଚୋର । ଡକାୟତଙ୍କଠାରୁ ଭୂଜାଲି ଓ ବନ୍ଧୁକ ଜବତ ହୋଇଛି । ଗତକାଲି ବାଲିଗୁଡ଼ା ପଲାମୀ ଗାଁରେ ଲୋକେ ଦୀପାବଳି ପାଳନ କରୁଥିବା ବେଳେ ଏହାର ସୁଯୋଗ ନେଇ ଚାରି ଜଣ ଡକାୟତ ପଶିଥିଲେ । ଡକାୟତମାନେ ଗାଁର ପୀତବାସଙ୍କ ପତ୍ନୀ ସବିତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ପୀତବାସ ଏହାର ପ୍ରତିବାଦ କରିଥିଲେ । ପୀତବାସଙ୍କ ଚିତ୍କାର ଶୁଣି ଗାଁ ଲୋକେ ଚାଲିଆସିଥିଲେ । ହେଲେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଫେରାର ହେବାର ସକ୍ଷମ ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଓ ଭୁଜାଲି ଜବତ କରି ତଦନ୍ତ ଆରମ୍ଭ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.