EPFO କୋଟିଏ ଲୋକଙ୍କୁ ଦେଲା ଚେତାବନୀ, ଯଦି କାମ ଏହି କରନ୍ତି ତେବେ ଖାଲି ହୋଇଯିବ ଆପଣଙ୍କ ପିଏଫ ଆକାଉଣ୍ଟ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ୬ କୋଟିରୁ ଅଧିକ ଖାତାଧାରକଙ୍କୁ ଚେତାବନୀ ଦେଇଛି। ଜଣାଇଛି ଯେ ନକଲି କଲ୍ ଠାରୁ ସାବଧାନ ରହିବା ପାଇଁ। EPFO ଜଣାଇଛି ଯେ ଠକମାନେ ଇପିଏଫଓର କର୍ମଚାରୀ ରୂପେ ଆପଣଙ୍କର ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରି ଆପଣଙ୍କ ପିଏଫ ଖାତାରୁ ଟଙ୍କା ଉଡାଇପାରନ୍ତି। ଏଥିପାଇଁ ଏହି ସବୁ କଲ୍ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହିତ ନିଜର ବ୍ୟକ୍ତିଗତ ବିବରଣୀ କାହା ସହିତ ସେୟାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ EPFO ଯେ ଟ୍ଵିଟ କରି ଏହାର ସୂଚନା ଦେଇଛି। ଏହାସହିତ ଇପିଏଫଓ ଆପଣଙ୍କୁ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ମଧ୍ୟ ମନା କରିଛି। ଖାତାଧାରକଙ୍କ ବ୍ୟକ୍ତିଗତ ଡାଟାକୁ ଲିକେଜ୍ ଏବଂ ଫ୍ରଡ ରୋକିବାକୁ ନେଇ ସେଟଲମେଣ୍ଟ ଷ୍ଟାଟସ୍ ଚେକ କରିବା ପାଇଁ ୟୁଏଏନ ଆଧାରିତ ଇନକ୍ୟୁରୀ ସିଷ୍ଟମ କେବଳ ଇପିଏଫଓର ୱେବସାଇଟରେ ମେମ୍ବର ପାସବୁକ୍ ଆପ୍ଲିକେସନ ଜରିଆରେ ପହଁଚିହେବ।

epfoଏଥିରେ ଆପଣ ୟୁଜର ଆଇଡି ଏବଂ ପାସବୁକ ଦ୍ୱାରା ଲଗଇନ୍ କରିପାରିବେ। ଏହାପରେ କ୍ଲେମ ସେଟଲମେଣ୍ଟ ଷ୍ଟାଟସକୁ ଜାଣିପାରିବେ।ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ୟୁଏନକୁ ଆଧାର କାର୍ଡ ସହିତ ମଧ୍ୟ ଲିଙ୍କ୍ କରି ଦିଆଯିବ।

ଏହାସହ ପଢନ୍ତୁ : SBI ଖାତାଧାରକଙ୍କ ପାଇଁ ବଡ ଖବର ! ଯଦି ଏହି ମେସେଜ ଉପରେ କଲେ କ୍ଲିକ, ତେବେ ଖାଲି ହୋଇଯିବ ଆପଣଙ୍କ ସମସ୍ତ ଜମା-ପୁଞ୍ଜି

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଇପିଏଫଓ ପେନସନ ସହିତ ଜଡିତ ଏକ ବଡ ନିୟମରେ ପରିବର୍ତ୍ତନ କରିବା ପ୍ରସ୍ତୁତିରେ ଅଛି । ମିଡିଆ ରିପୋର୍ଟ ଅନୁଯାୟୀ ପେନସନ ପାଇଁ ବୟସ ସୀମାକୁ ୫୮ ବୟସରୁ ବଢ଼ାଇ ୬୦ ବର୍ଷ କରାଯାଇପାରେ। ଅର୍ଥାତ ଯଦି ନିର୍ଦ୍ଧିଷ୍ଟ ସମୟରେ ଅଲଗା ଅଲଗା ଜାଗାରେ ଚାକିରି କରୁଥିଲେ ବି ଆପଣଙ୍କ ସର୍ଭିସ ହିଷ୍ଟ୍ରୀ ୧୦ ବର୍ଷ ପର୍ଯ୍ୟନ୍ତ ହୋଇଯାଇଥାଏ ତେବେ ଆପଣ ପେନସନ ପାଇବା ହକଦାର ବନିଯାନ୍ତି ଏବଂ ୫୮ ବର୍ଷ ବୟସ ହୋଇଗଲେ ଆପଣଙ୍କୁ ମାସିକ ପେନସନ ଭାବରେ କିଛି ଟଙ୍କା ସବୁ ମାସ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.