ପାଣି ନୁହେଁ, ଏହି ଫାଉଣ୍ଟେନ୍‌ରୁ ସବୁ ସମୟରେ ବାହାରିଥାଏ ରେଡ୍‌ ଓ୍ଵାଇନ୍‌, ମାଗଣାରେ ପିଅନ୍ତି ଲୋକେ

ଆପଣ ଅନେକ ପ୍ରକାର ଫାଉଣ୍ଟେନ୍‌ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଫାଉଣ୍ଟେନ୍‌ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି ନ ଥିବେ ଏବଂ ଭାବି ବି ନ ଥିବେ। ପଯ୍ୟର୍ଟକଙ୍କ ପାଇଁ ଏହି ଫାଉଣ୍ଟେନ୍‌ ୨୪ ଘଣ୍ଟା ଖୋଲା ରହିଥାଏ। ଅର୍ଥାତ୍‌ ଫାଉଣ୍ଟେନ୍‌ରୁ ୨୪ ଘଣ୍ଟା ରେଡ୍‌ ଓ୍ଵାଇନ୍‌ ବାହାରିଥାଏ। ଭିଜିଟରମାନେ ମାଗଣାରେ ଏହାର ମଜା ଉଠାଇଥାଆନ୍ତି।

red3

ଇଟାଲିରେ ରେଡ୍‌ ଓ୍ଵାଇନ୍‌ର ଅନେକ ଭେରାଇଟି ମିଳିଥାଏ। ଏହି ରେଡ୍‌ ଓ୍ଵାଇନ୍‌ ଫାଉଣ୍ଟେନ୍‌ ରୋମର ଇଟାଲିୟନ୍‌ ସହର ଅବ୍‌ରୁଜ୍ଜାରେ ବନାଯାଇଛି। ରୋମର କେଣ୍ଟିନା ଡୋରା ସର୍ଚ୍ଚେସ୍‌ ନିଜର ପଯ୍ୟର୍ଟକଙ୍କ ଲାଗି ଓ୍ଵାଇନ୍‌ ଫାଉଣ୍ଟେନ୍‌ ଖୋଲିଛନ୍ତି। ଏଠାକୁ ଆସୁଥିବା ଲୋକେ ଫାଉଣ୍ଟେନ୍‌ରୁ କୌଣସି ବି ସମୟରେ ରେଡ୍‌ ଓ୍ଵାଇନ୍‌ ପିଇପାରନ୍ତି। ଏଥିପାଇଁ ସେମାନଙ୍କୁ ପଇସା ଦେବାର କୌଣସି ଆବଶ୍ୟକତା ନ ଥାଏ।

red45

ଏହାସହ ପଢ଼ନ୍ତୁ: ଏ ହେଉଛି ଦୁନିଆର ୯ଟି ଆଶ୍ଚର୍ଯ୍ୟମୟ ଜିନିଷ, ଆଜି ବି ଏହାର ରହସ୍ୟରୁ ଉଠିପାରିନାହିଁ ପର୍ଦ୍ଦା

ଡୋରା ସର୍ଚ୍ଚେସ୍‌ କ୍ୟାମ୍ପସ୍‌ରେ ଏକ ନଳରୁ ରେଡ୍‌ ଓ୍ଵାଇନ୍‌ ବାହାରିଥାଏ। ଏହାଛଡ଼ା ବାହାରେ ଏକ ବଡ଼ ଝରଣା ବନାଯାଇଛି, ଯେଉଁଥିରୁ ରେଡ୍‌ ଓ୍ଵାଇନ୍‌ ବାହାରିଥାଏ। ତେବେ ପୂର୍ବରୁ ବି ରୋମ୍‌ରେ ଓ୍ଵାଇନ୍‌ ଫାଉଣ୍ଟେନ୍‌ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.