Below header

ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ଜଳପତ୍ତନ ୪ ଫୁଟ ବୃଦ୍ଧି ପାଇବ, କେନ୍ଦ୍ର ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଲୋକସଭାରେ ସୂଚନା

କେନ୍ୟୁଜ୍(ବ୍ୟୁରୋ):    ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ର ଜଳପତ୍ତନ ୪ ଫୁଟ ବୃଦ୍ଧି ପାଇବ। ପ୍ରତିବର୍ଷ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି। ପାରାଦୀପ ଠାରେ ସମୁଦ୍ର ଜଳସ୍ତର ବର୍ଷକୁ ୧ମିମି ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ୦.୭ ମିମି, କାଣ୍ଡଲାରେ ୩.୨ମିମି ବୃଦ୍ଧି ପାଉଛି। ଦେଶର ପ୍ରମୁଖ ୧୦ଟି ବନ୍ଦରରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଥିବା ନେଇ ସାମୁଦ୍ରିକ ବିଜ୍ଞାନ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ଦେଶର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହେବା ସମ୍ଭାବନା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଗତ ଦଶନ୍ଧି ମଧ୍ୟରେ ଉତ୍ତର ଭାରତ ମହାସାଗରର ବାର୍ଷିକ ଜଳପତ୍ତନ ୬.୧ ମିମି ହାରରେ ବୃଦ୍ଧି ପାଇଛି। ସେହିପରି ଜାତିସଂଘର ଶୀର୍ଷ ସରକାରୀ କମିଟି ରିପୋର୍ଟ ଅନୁସାରେ ୨୧୦୦ ମସିହା ସୁଦ୍ଧା ସମୁଦ୍ର ବିଶ୍ୱରେ ସମୁଦ୍ର ପତ୍ତନ ୩୩ଇଞ୍ଚ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.