Below header

ଜାଣନ୍ତୁ କାହିଁକି ଗୋପନୀୟ ରଖାଯାଇଥାଏ କୌଣସି କିନ୍ନରର ଅନ୍ତିମ ସଂସ୍କାର

ଆମ ସମାଜରେ ନାରୀ ଓ ପୁରୁଷ ପରେ ଥାଏ ଏକ ତୃତୀୟ ଲିଙ୍ଗ ଯାହାକୁ ଦୁନିଆ ଥାର୍ଡ଼ଜେଣ୍ଡର ବା କିନ୍ନର ବୋଲି କହିଥାଏ । ଏକ ସାଧାରଣ ମଣିଷର ଜୀବନଶୈଳୀଠାରୁ କିନ୍ନର ମାନଙ୍କର ଦୁନିଆ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ତାଙ୍କର ଜୀବନ ଏତେ ସହଜ ହୋଇନଥାଏ । ତାଙ୍କର ଜୀବନ ଜିଇଁବାର ତରିକା, ବାସସ୍ଥାନ ସବୁକିଛି ଭିନ୍ନ ହୋଇଥାଏ ସେଥିପାଇଁ ସେମାନଙ୍କ ବିଷୟରେ ଜଣେ ସାଧାରଣ ଲୋକ ଖୁବ କମ ଜାଣିଥାଏ । ଯେପରି ସେମାନଙ୍କର ଦୁନିଆ ଅଲଗା ଠିକ ସେହିପରି ସେମାନଙ୍କର ରୀତି ନୀତି ଓ ପରମ୍ପରା ମଧ୍ୟ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । ସେମାନଙ୍କର ରହସ୍ୟମୟ ଦୁନିଆ ବିଷୟରେ ବୋଧହୁଏ କେହି ଜାଣିନଥିବେ ସେଥିପାଇଁ ଆଜି ଆମେ ଆପଣଙ୍କୁ କିନ୍ନରମାନଙ୍କର ରହସ୍ୟମୟ ଦୁନିଆ ସହ ପରିଚିତ କରାଇବାକୁ ଯାଉଛୁ ଯେଉଁଠି ରହିଥାଏ ସବୁଠୁ ଭିନ୍ନ ପ୍ରକାରର ପରମ୍ପରା ।

କଣ ଆପଣ ଜାଣିଛନ୍ତି କି ଯେତେବେଳେ ଜଣେ କିନ୍ନରର ମୃତ୍ୟୁ ହୋଇଯାଏ ସେତେବେଳେ ତାର ମୃତଦେହ ସହିତ କଣ କରାଯାଇଥାଏ ଓ କିପରି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ ? କିନ୍ନର ମାନଙ୍କର ଅନ୍ତିମ ସଂସ୍କାରକୁ ଗୋପନୀୟ ରଖାଯାଇଥାଏ । ସାଧାରଣତଃ କିନ୍ନର ମାନଙ୍କର ଅନ୍ତିମ ଯାତ୍ରା ଦିନ ବଦଳରେ ରାତିରେ କରାଯାଇଥାଏ ଓ କିନ୍ନର ମାନଙ୍କର ଅନ୍ତିମ ସଂସ୍କାର ସାଧାରଣ ଲୋକଙ୍କ ଠାରୁ ଲୁଚାଇ କରାଯାଇଥାଏ । କାରଣ ସେମାନଙ୍କର ଧାରଣା ଥାଏ ଯେ ଯଦି କିନ୍ନରର ଅନ୍ତିମ ସଂସ୍କାରକୁ କେହି ସାଧାରଣ ଲୋକ ଦେଖିଦିଏ ତାହେଲେ ମୃତ୍ୟୁ ପରେ ପରବର୍ତ୍ତୀ ଜନ୍ମରେ ସେ ପୁଣି କିନ୍ନର ରୂପରେ ହିଁ ଜନ୍ମନେବେ ।

Image result for funeral of a eunuch

ଏହାସହ ପଢନ୍ତୁ ମୃତ୍ୟୁର ଉପତ୍ୟକାରେ ଏମିତି ଆମକୁ ସୁରକ୍ଷା ଦେଉଛନ୍ତି ଭାରତୀୟ ଯବାନ୍‌, ଶୁଣିଲେ ଆଖିରେ ଆସିଯିବ ଲୁହ

ସାଧାରଣତଃ କିନ୍ନରମାନେ ହିନ୍ଦୁଧର୍ମର ଅନେକ ରୀତି ନୀତି ମାନିଥାନ୍ତି କିନ୍ତୁ ସେମାନଙ୍କର ଶବକୁ ନିଆଁରେ ଜଳାଯାଇନଥାଏ । ମୃତ୍ୟୁପରେ ସେମାନଙ୍କର ଶରୀରକୁ ପୋତି ଦିଆଯାଇଥାଏ । ଅନ୍ତିମ ସଂସ୍କାର ପୂର୍ବରୁ ସେମାନଙ୍କର ଶରୀରକୁ ଜୋତା ଚପଲରେ ପିଟା ଯାଇଥାଏ କୁହାଯାଏ ଏପରି କରିବା ଦ୍ୱାରା ଏହି ଜନ୍ମରେ କରିଥିବା ସମସ୍ତ ପାପର ପ୍ରାୟଶ୍ଚିତ ହୋଇଯାଇଥାଏ । ନିଜ ସମୁଦାୟରେ କାହାର ମୃତ୍ୟୁ ହେବାପରେ କିନ୍ନର ମାନେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଭୋଜନ କରିନଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିନ୍ନର ସମାଜରେ କାହାର ମୃତ୍ୟୁ ହେବାପରେ ଏମାନେ ଶୋକପ୍ରକାଶ କରନ୍ତି ନାହିଁ କାରଣ ଏମାନଙ୍କର ନିୟମ ଅନୁଯାୟୀ ମୃତ୍ୟୁପରେ ତାଙ୍କୁ ଏହି ନର୍କଜୀବନରୁ ମୁକ୍ତି ମିଳିଯାଇଥାଏ । ସେଥିପାଇଁ ଏମାନେ ଯେତେବି ଦୁଃଖରେ ଥିଲେ ମଧ୍ୟ କୌଣସି ନିଜର ଲୋକ ମରିଗଲେ ଖୁସି ମନାଇଥାନ୍ତି । ଏପରିକି ସେମାନେ ଏହି ଖୁସିରେ ପଇସା ମଧ୍ୟ ଦାନ କରିଥାନ୍ତି ଓ ନିଜର ଇଷ୍ଟଦେବତାଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି ଯେ ମରିଯାଇଥିବା ଲୋକକୁ ପରବର୍ତ୍ତୀ ଜନ୍ମରେ ପୁଣିଥରେ କିନ୍ନର ବନାନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.