Below header

ଜାଣନ୍ତୁ କାହିଁକି ବିଦେଶୀ ମହିଳାମାନେ ବିବାହ ପାଇଁ ପସନ୍ଦ କରିଥାନ୍ତି ଭାରତୀୟ ପୁରୁଷଙ୍କୁ

ବିଦେଶୀ ଝିଅ ମାନେ ବିଦେଶୀ ପୁଅଙ୍କୁ ଛାଡି ଭାରତୀୟ ପୁଅଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି। ବିଦେଶୀ ଝିଅ ମାନଙ୍କ ମନରେ ଭାରତୀୟ ପୁଅ ମାନଙ୍କ ପାଇଁ ପ୍ରେମର ଘଣ୍ଟି ବାଜେ। ଆପଣ ମଧ୍ୟ ଶୁଣି ଆଶ୍ଚର୍ୟ୍ୟ ହୋଇଥିବେ। ଭାରତୀୟ ପୁଅ ମାନେ ଏମିତି କଣ ଜାଦୁ କରିଦେଉଛନ୍ତିଯେ ବିଦେଶୀ ଝିଅ ମାନେ ତାଙ୍କୁ ନିଜର ହ୍ରୁଦୟ ଦେଇ ବସୁଛନ୍ତି।

ହରିୟାଣାର ଏକ ବ୍ୟକ୍ତି ଯାହାଙ୍କର ନାମ ଶରବିନ୍ଦ୍ର ସିଂ। ସେ ଆଠ ବର୍ଷ ପୁର୍ବେ ଇଟାଲୀ ଯାଇଥିଲେ ଏବଂ ସେଠାରେ ଏକ ଝିଅ ରୋଗବାସ୍କାଙ୍କୁ ବିବାହ କରିଥିଲେ। ଶରବିନ୍ଦ୍ର କହନ୍ତି ସେ ଗତ ଆଠ ବର୍ଷରୁ ରୋଗବାସ୍କାଙ୍କ ସହିତ ଲିଭ ଇନ ରିଲେଶନଶିପରେ ରହି ଆସୁଛନ୍ତି। ରୋଗବାସ୍କାଙ୍କୁ ବିବାହ କରିବା ପରେ ଶରବିନ୍ଦ୍ରଙ୍କୁ ଇଟାଲୀର ନାଗରିକତା ମିଳିଗଲା ଦୁଇଜଣ ବହୁତ ଦିନ ପର୍ୟ୍ୟନ୍ତ ଏକାଠି ମଧ୍ୟ ରହିଥିଲେ କିନ୍ତୁ କୁହନ୍ତି କେବେ ନା କେବେ ନିଜର ଦେଶ ମନେ ପଡିଯାଏ। ଏମିତି ହିଁ ହୋଇଥିଲା ଶରବିନ୍ଦ୍ରଙ୍କ ସହିତ, ନିଜ ଦେଶକୁ ମନେ ପକାଇ ସ୍ତ୍ରୀଙ୍କୁ ଧରି ଭାରତକୁ ଫେରି ଆସିଥିଲେ ଶରବିନ୍ଦ୍ର।

ହରିୁୟାଣାର ପୁଅମାନେ ବିଦେଶୀ ଝିଅ ମାନଙ୍କୁ ବିବାହ କରି ତାଙ୍କୁ ଗାଁକୁ ଆଣୁଛନ୍ତି। ବିଦେଶୀ ଝିଅମାନେ ଏଠାକୁ ଆସିଲା ପରେ ଗାଁର ହୋଇ ରହିଯାନ୍ତି। ସେ ଗାଈ ଓ ମଇଁଷିଙ୍କୁ ଘାସ ମଧ୍ୟ ଖାଇବାକୁ ଦିଅନ୍ତି। ସେମାନଙ୍କୁ ଦେଖି ଅନେକ ଗାଁ ଲୋକେ ଆଶ୍ଚର୍ୟ୍ୟ ମଧ୍ୟ ହୁଅନ୍ତି। ଗାଁ ଲୋକମାନେ ଭାବନ୍ତିଯେ ଏହା କେମିତି ସମ୍ଭବ ଏହିଭଳି ଳାଜକୁଳା ପୁଅଙ୍କୁ ଏମିତି ସୁନ୍ଦରୀ ଝିଅ ମିଳୁଛନ୍ତି।

କାଲିଫର୍ଣ୍ଣିଆରୁ ଆସିଥିବା ୩୫ ବର୍ଷିୟା ଜୁନା ପୋଲିନ୍ସ ଯାହାଙ୍କର ବିବାହ ଚଟ୍ଟର ଗାଁର ରାଜୁ ପହଲବାନଙ୍କ ସହିତ ହୋଇଥିଲା। ଏମାନଙ୍କ ଯୋଡିକୁ ଦେଖି ଲୋକମାନେ ଅଜବ ଯୋଡି ବୋଲି କହନ୍ତି। ଜୁନା କହନ୍ତିଯେ କେହି ମଧ୍ୟ ତାଙ୍କୁ ଓଢ଼ଣା ଦେବାକୁ କୁହନ୍ତି ନାହିଁ କିନ୍ତୁ ରାଜୁଙ୍କର ପରିବାରର ଅନ୍ୟ ମହିଳା ମାନେ ଓଢ଼ଣା ଦେଇଥାନ୍ତି ତାଙ୍କର ୫୫ ବର୍ଷିୟା ମା’ ମଧ୍ୟ ଓଢ଼ଣା ଦିଅନ୍ତି। ରାଜୁ ରାଷ୍ଟ୍ରୀୟ ସ୍ତରର କବାଡ୍ଡି ଖେଳାଳି। ସେ ତାଙ୍କ ସ୍ତ୍ରୀଙ୍କ ଠାରୁ ୫ ବର୍ଷ ସାନ ଅଟନ୍ତି। ରାଜୁ କୁହନ୍ତିଯେ ତାଙ୍କ ସ୍ତ୍ରୀ ଅନ୍ୟ ପରିବେଶରୁ ଆସିଛନ୍ତି ଏଥିପାଇଁ କେହି ତାଙ୍କୁ ଓଢ଼ଣା ଦେବାକୁ କୁହନ୍ତି ନାହିଁ। ହରିୟାଣାର ପୁଅମାନେ ବିଦେଶୀ ଝିଅ ମାନଙ୍କୁ ବିବାହ କରିବାରେ ବହୁତ ଆଗରେ ଅଛନ୍ତି। କେବଳ ଗୋରା ରଂଗର ଝିଅମାନେ ନୁହଁନ୍ତି ଶ୍ବେତ ରଂଗର ଝିଅ ମାନେ ମଧ୍ୟ ଭାରତୀୟ ପୁଅ ମାନଙ୍କୁ ହ୍ରୁଦୟ ଦେଉଛନ୍ତି।

ବାସ୍ତବରେ ବିଦେଶୀ ଝିଅମାନେ ଜୀବନରେ ସମସ୍ତ ଖୁସିକୁ ଉପଭୋଗ କରିସାରିଛନ୍ତି କିନ୍ତୁ ଯଦି କିଛିର ଅଭାବ ରହିଛି ତେବେ ତାହା ହେଉଛି ଭଲବାଇବା। ଭାରତୀୟ ପୁଅ ମାନଙ୍କ ପାଖରୁ ସେହି ଭଲ ପାଇବା ଏବଂ ତାଙ୍କ ପରିବାରଙ୍କୁ ମଧ୍ୟ ପାଇଥାନ୍ତି,ଯାହା ବିଦେଶୀ ପୁଅ ମାନଙ୍କ ପାଖରେ ନଥାଏ। ଯେତେବେଳେ ସେ ଭାରତୀୟ ପୁଅ ମାନଙ୍କ ପାଖରୁ ତାଙ୍କ ପାଇଁ ପ୍ରେମ ଏବଂ ଯତ୍ନ ଦେଖିଥାନ୍ତି ତେବେ ସେ ସେମାନଙ୍କୁ ନିଜର ହ୍ରୁଦୟ ଦେଇଥାନ୍ତି। ଭାରତୀୟ ପୁଅମାନଙ୍କର ଏହି ଭାବ ଭଙ୍ଗୀ ପାଇଁ ସେମାନେ ବିଦେଶୀ ପୁଅ ମାନଙ୍କୁ ଛାଡି ଭାରତୀୟ ପୁଅଙ୍କୁ ବିବାହ କରିଥାନ୍ତି। କେବଳ ଏହି କାରଣରୁ ସେମାନେ ସବୁକିଛି ଛାଡି ଭାରତକୁ ଚାଲି ଆସନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.