ଜେଲରେ କଏଦୀ- କଏଦୀ ହଣାକଟା

ଗଞ୍ଜାମ : ଜେଲ୍ ଭିତରେ କଏଦୀ- କଏଦୀ ହଣାକଟା। ଗଞ୍ଜାମ ଜିଲ୍ଲା ଆସିକା ସବ୍-ଜେଲରେ ଦୁଇଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି। ପରସ୍ପରର ଆକ୍ରମଣରେ ଆହତ ଦୁଇ କଏଦୀ ହେଲେ ବାୟା ରେଡ୍ଡୀ ଓ ରବି ଦାସ। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.