Below header

ଆଜି ଇଣ୍ଟରନ୍ୟାସନାଲ ଗାର୍ଲ ଚାଇଲଡ ଡେ, ଚଳିତ ବର୍ଷ ଥିମ୍ ରହିଛି ‘ମାଇଁ ଭଏସ୍‌, ଆୱାର ଇକ୍ୱାଲ ଫ୍ୟୁଚର’

କେନ୍ୟୁଜ୍(ବ୍ୟୁରୋ): ଆଜି ଇଣ୍ଟରନ୍ୟାସନାଲ ଗାର୍ଲ ଚାଇଲଡ ଡେ। ବାଳିକାମାନଙ୍କ ସମସ୍ୟାର ସମାଧାନ, ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ଅଧିକାର ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରତିବର୍ଷ ଏହି ଦିବସ ୨୦୧୨ରୁ ପାଳିତ ହୋଇ ଆସୁଛି। ଶିଶୁ କନ୍ୟାଙ୍କ ବିକାଶ ଓ ସ୍ୱାସ୍ଥ୍ୟ ସମସ୍ୟା ଦୂର ନେଇ ଗତ ଦୁଇ ଦଶନ୍ଦୀରେ ଅନେକ କାମ ହୋଇଛି, ତଥାପି ଅନେକ କାମ ବାକି ରହିଛି।

ଏକ ରିପୋର୍ଟ ମୁତାବକ ବିଶ୍ୱରେ ପ୍ରତିବର୍ଷ ୧ କୋଟିରୁ ଅଧିକ ଝିଅ, ୧୮ ବର୍ଷରୁ କମ ବୟସରେ ବିବାହ କରୁଛନ୍ତି। ବିଶ୍ୱରେ ପ୍ରତି ୫ ଜଣ ବାଳିକା ମଧ୍ୟରେ ଜଣେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ପୂର୍ବ ଓ ଦକ୍ଷିଣ ଆଫ୍ରିକାର ଯେତେ ଏଡ୍‌ସ ସଂକ୍ରମିତ ସେଥିରୁ ୮୦ ପ୍ରତିଶତ କେବଳ ବାଳିକା। ଏଥିରୁ ଜଣା ପଡୁଛି, ଶିଶୁ କନ୍ୟା, ବାଳିକା ଏବେ ବି କେତେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛନ୍ତି। ୨୦୨୦ ବର୍ଷର ଇଣ୍ଟରନ୍ୟାସନାଲ ଗାର୍ଲ ଚାଇଲଡ ଡେର ଥିମ୍‌ ରହିଛି ‘ମାଇଁ ଭଏସ୍‌, ଆୱାର ଇକ୍ୱାଲ ଫ୍ୟୁଚର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.