ଆଜି ରାଜ୍ୟରେ ୨୫୪୬ ନୂଆ ପଜିଟିଭ ଚିହ୍ନଟ, ୧୬ ମୃତ

ଭୂବନେଶ୍ଵର:  ରାଜ୍ୟରେ ବଢୁଛି ସୁସ୍ଥ ସଂଖ୍ୟା ଓ କମୁଛି ଆକ୍ରାନ୍ତ ସଂଖ୍ୟା ଆଜି ତଥା ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫୪୬ ନୂଆ ପଜିଟିଭ ଚିନ୍ହଟ ହୋଇଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୫୨ ହଜାର ୨୩୯କୁ ବୃଦ୍ଧି ପାଇଛି ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ

କହିରଖିବା ଉଚିତ ହେବକି ଏଯାବତ ରାଜ୍ୟରେ ୩୭ ଲକ୍ଷ ୫୫ ହଜାର ୬୭୧ ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମଧ୍ୟରୁ ୨୬ ହଜାର ୮୯୧ ସକ୍ରିୟ ମାମଲା ଥିବା ବେଳେ ୨୨୪୧୨୭୩ ଜଣ ସୁସ୍ଥ ହୋଇ ଫେରିଛନ୍ତି କହିରଖିବା ଉଚିତ ହେବଯେ ଗତ ୨୪

ଘଣ୍ଟା ଭିତରେ ରାଜ୍ୟରେ ୩୮୮୫ ଜଣ କରୋନାରୁ ସୁସ୍ଥତା ଲାଭ କରିଛନ୍ତି ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରିଣ୍ଟିଂନ ସେଣ୍ଟରରୁ ୧୫୦୪ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ୧୦୪୨ ଜଣ ଅଛନ୍ତି

କହିରଖିବା ଉଚିତ ହେବଯେ ଗତ ୨୪ ଘଣ୍ଟା ଭିତରେ ୧୬ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ଏହାକୁ ମିଶାଇ ରାଜ୍ୟରେ ମୃତକ ସଂଖ୍ୟା ୧୦୨୨ କୁ ବୃଦ୍ଧି ପାଇଛି ବାଲେଶ୍ୱର ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ୩ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ଜଣେ ଅଛନ୍ତି

ସେପଟେ କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଅଛନ୍ତି ଯେବେକି ବର୍ତ୍ତମାନ ସମୟରେ ସର୍ବାଧିକ ଚିହ୍ନଟ ହେଉଥିବା ଖୋର୍ଦ୍ଧ ଜିଲ୍ଲାରୁ ଦୁଇ ଜଣଙ୍କ ଜୀବନ ନେଇଛି କରୋନା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.