Below header

ୟୁଟ୍ୟୁବ ଓ ଗୁଗଲ୍‌ କୁ ମାଧ୍ୟମ କରି ଓପିଏସସିରେ ସଫଳତା ପାଇଲେ ଏହି ଆଦିବାସୀ ଚାଷୀ ପରିବାର ଝିଅ

ପରିଶ୍ରମ ହିଁ ସଫଳତାର ଚାବି କାଠି। ଯାହାକୁ ପ୍ରମାଣ କରିବା ସହ ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ । ଯିଏ ଓପିଏସସି ପରିକ୍ଷାରେ ସଫଳତା ପାଇ ଏବେ ଚର୍ଚ୍ଚାରେ । ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ନା ରଖିଛନ୍ତି ସୁନା ଝିଅ ଜାହ୍ନବୀ ଶବର। ଜାହ୍ନବୀ ଶବର ଚଳିତ ଓପିଏସ୍‌ ପରୀକ୍ଷା ରେ ୩୬୨ ନଂ ରାଙ୍କ ରଖି ଉତିନ୍ନ ହୋଇଛନ୍ତି।

ଗୁଣୁପୁର(କେନ୍ୟୁଜ): ପରିଶ୍ରମ ହିଁ ସଫଳତାର ଚାବି କାଠି। ଯାହାକୁ ପ୍ରମାଣ କରିବା ସହ ନିଜ ପିତାମାତାଙ୍କୁ ଗର୍ବିତ କରିଛନ୍ତି ଜଣେ ଆଦିବାସୀ ଚାଷୀ ପରିବାରର ଝିଅ । ଯିଏ ଓପିଏସସି ପରିକ୍ଷାରେ ସଫଳତା ପାଇ ଏବେ ଚର୍ଚ୍ଚାରେ । ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ନା ରଖିଛନ୍ତି ସୁନା ଝିଅ ଜାହ୍ନବୀ ଶବର। ଜାହ୍ନବୀ ଶବର ଚଳିତ ଓପିଏସ୍‌ ପରୀକ୍ଷା ରେ ୩୬୨ ନଂ ରାଙ୍କ ରଖି ଉତିନ୍ନ ହୋଇଛନ୍ତି। ଜାହ୍ନବୀ ଶବର ଚାଲଖମ୍ବା ଗ୍ରାମର ଜଣେ ମେଧାବୀ ଛାତ୍ରୀ। ଶିକ୍ଷାଗତା ଯୋଗ୍ୟତା କହିଲେ ଏମ୍‌ଏସି ଏଗ୍ରିକଲଚର।

ଜୁଲାଇ ୨୦ ତାରିଖ ଆଜିକୁ ଠିକ୍‌ ୧୦ ଦିନ ତଳେ ସେ ଗୁଣପୁର ଠାରେ ସହକାରୀ ଏଗ୍ରିକଲଚର ଅଫିସର ଭାବେ ପ୍ରଥମ କରି ଚାକିରି ପାଇଥିଲେ। ବର୍ତମାନ ପୁଣି ସେ ଓପିଏସସି ପରିକ୍ଷାରେ ସଫଳତା ହାସଲ କରିଛନ୍ତି। ଜାହ୍ନବୀ ଅନେକ ଦୁଃଖ କଷ୍ଟ ମଧ୍ୟରେ ପାଠପଢିଥିବା ବେଳେ କୈାଣସି କୋଚିଙ୍ଗ ନନେଇ ୟୁଟୁବ୍‌ ଓ ଗୁଗୁଲ କୁ ଶିକ୍ଷା ପାଇଁ ମାଧ୍ୟମ କରି ସଫଳତା ପାଇଥିବା କଥା କହିଛନ୍ତି । ଜାହ୍ନବୀ ବିବାହିତ ହୋଇଥିବା ବେଳେ ତାଙ୍କ ମା ବାପା ଚାଷ କାମ କରି ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଅନେକ ଚେଷ୍ଟା କରିଛନ୍ତି । ଯାହା ତାଙ୍କୁ ଆଜି ସଫଳତା ଦେଇଛି। ତେବେ ସବୁ ବାଧା ବିଘ୍ନକୁ ପଛରେ ପକାଇ ଆଜି ସେ ଲକ୍ଷ ସ୍ଥଳରେ ପହଞ୍ଚିଥିବାକୁ ସେ ବହୁତ ଖୁସି ଅଛନ୍ତି । ତେବେ କଠିନ ପରିଶ୍ରମ ଇଛାଶକ୍ତି ଥିଲେ ସଫଳତା ନଶ୍ଚିତ ବୋଲି ଜାହ୍ନବୀ କହିଛନ୍ତି।

ଏହି ସଫଳତାରେ ଖବର ପ୍ରଚାର ହେବା ପରେ ଗୁଣୁପୁର ଚାଲଖମ୍ବା ଗାଁ ରେ ଖୁସିର ଲହରି ଖେଳି ଯାଇଛି। ଗରିବ ଚାଷୀ ପରିବାରରୁ ଜନ୍ମ ଗ୍ରହଣ କରି ଥିବା ଜାହ୍ନବୀ ବିନା କୋଚିଂରେ ନିଜ ଅଧ୍ୟବସାୟ ବଳରେ ସୋସିଆଲ ମିଡିଆକୁ ଉପଯୋଗ କରି ଯେଉଁ ସଫଳତା ପାଇଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟ ମାନଙ୍କୁ  ପ୍ରେରଣା ଦେବ ଏଥିରେ କୌଣସି ଦ୍ୱିମତ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.