Below header

ପଢନ୍ତୁ ୧୦ ଏମିତି ପ୍ରଶ୍ନ, ଯାହାର ଉତ୍ତର ଦେବାରେ ବଡ଼ ବଡ଼ ଜ୍ଞାନୀ ମଧ୍ୟ ମାରନ୍ତି ଫେଲ୍

ପ୍ରଶ୍ନ ଏବଂ ଉତ୍ତର ମଧ୍ୟରେ ନିଜର ଏକ ଅଲଗା ହିଁ ସମ୍ପର୍କ ଅଛି । କାରଣ ବିନା ଉତ୍ତରରେ ପ୍ରଶ୍ନର କୌଣସି ଗୁରୁତ୍ବ ନାହିଁ । ଆଉ ଉତ୍ତର ତ ସେବେ ମିଳିବ ଯେବେ ପ୍ରଶ୍ନ ପଚରାଯିବ । କଣ ଠିକ୍ କଥା ନା ? କିନ୍ତୁ ଅନେକ ସମୟରେ କିଛି ପ୍ରଶ୍ନର ଉତ୍ତର କିଛି ନଭାବି ନ ଚିନ୍ତି ଦେଇଦେଉ । ହେଲେ ଯାହାର ଉତ୍ତର କିଛି ଅଲଗା ହିଁ ଥାଏ । ସେହିପରି ଏମିତି କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ପାଇଁ ସବୁ ପାଠ ଫେଲ୍ ମାରିଯାଏ । କାରଣ ଏଠାରେ ପାସ୍ ହୋଇଥାଏ ତୀକ୍ଷ୍ଣ ବୁଦ୍ଧି । ଆଉ ଉତ୍ତର ଦେବାର ଏଭଳି କ୍ଷମତା ଖୁବ୍ କମ୍ ଲୋକଙ୍କ ନିକଟରେ ହିଁ ଦେଖାଦେଇଥାଏ । ନଜର ପକାନ୍ତୁ ସେହିଭଳି କିଛି ପ୍ରଶ୍ନ ଉପରେ । ଆଉ ଆମେ ଭଲ ଭାବରେ ଜାଣିଛୁ ଆପଣ ସେହି ବୁଦ୍ଧିମାନ୍ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ, ତେଣୁ ସହଜରେ ଉତ୍ତର ଦେଇପାରିବେ ।

questions ୧. ପ୍ରଶ୍ନ – ଏଭଳି କେଉଁ ଜିନିଷ ଅଛି ଯାହା ସବୁବେଳେ ବଢିଥାଏ କେବେ କମ୍ ହୋଇନଥାଏ ?
ଉତ୍ତର – ବୟସ

୨. ପ୍ରଶ୍ନ : ଭାବନ୍ତୁ, ଥରେ ଆପଣ ଡଙ୍ଗାରେ ଯାଉଛନ୍ତି । ଆଉ ଏତିକି ବେଳେ କିଛି ସାର୍କ ଏବଂ ମାଛ ଆପଣଙ୍କୁ ଘେରିଯାଉଛନ୍ତି । ତେବେ କୁହନ୍ତୁ ନିଜକୁ କେମିତି ରକ୍ଷା କରିବେ ?
ଉତ୍ତର : କଳ୍ପନା କରିବା ବନ୍ଦ କରିଦିଅନ୍ତୁ ।

questions୩. ପ୍ରଶ୍ନ : ୧୦୦୦ ମଧ୍ୟରୁ ୧୦ କୁ କେତେ ଥର କାଟିପାରିବେ ?
ଉତ୍ତର : ଗୋଟିଏ ଥର । କାରଣ ଆଗାମୀ ଥରକୁ ଆପଣ ୯୯୦ରୁ ୧୦ କାଟିବେ ।

୪. ପ୍ରଶ୍ନ : ଭୋକରେ ପଛେ ମରିଯିବେ , କିନ୍ତୁ ଆର୍କଟିକର ବାସିନ୍ଦା କେବେ ବି ପେଙ୍ଗୁଇନ୍ ଅଣ୍ଡା ଖାଇବେ ନାହିଁ । କାହିଁକି ?
ଉତ୍ତର : ଆର୍କଟିକରେ ପେଙ୍ଗୁଇନ୍ ନଥାନ୍ତି, ଆଣ୍ଟାର୍କଟିକାରେ ଥାନ୍ତି ।

questions୫. ପ୍ରଶ୍ନ : ଯଦି ୨୦ଟି ମାଛ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧା ବୁଡିଯାଉଛନ୍ତି ତେବେ ଆଉ କେତେ ମାଛ ବଂଚିଲେ ?
ଉତ୍ତର : ୨୦, କାରଣ ମାଛ ମାନେ କେବେ ବୁଡନ୍ତି ନାହିଁ ।

୬. ପ୍ରଶ୍ନ : ତାହା କେଉଁ ଜିନିଷ ଯାହା ଆପଣଙ୍କର ତ ନିଶ୍ଚୟ ହେଲେ ଅନ୍ୟମାନେ ଏହାକୁ ବ୍ୟବହାର କରିଥାନ୍ତି ?
ଉତ୍ତର : ଆପଣଙ୍କ ନାଁ ।

questions୭. ପ୍ରଶ୍ନ : ଆପଣ ସକାଳ ଖାଦ୍ୟରେ କଣ ଖାଇପାରିବେନି ?
ଉତ୍ତର : ରାତି ଭୋଜନ

୮ . ପ୍ରଶ୍ନ : ଯଦି ଭାରତ – ପାକିସ୍ତାନ ସୀମାରେ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି, ତେବେ ବଂଚିଥିବା ଲୋକଙ୍କୁ କେଉଁଠି ପୋତାଯିବ ?
ଉତ୍ତର : କେଉଁଠି ବି ନୁହେଁ , କାରଣ ଜୀବିତ ଲୋକଙ୍କୁ ପୋତା ଯାଏ ନାହିଁ ।

questions୯. ପ୍ରଶ୍ନ : ଜଣେ ପୁଅ ଫୁଟବଲକୁ କେମିତି କିକ୍ ମାରିଲେ ଯେ ଏହା ୧୦ ଫୁଟ୍ ଦୂର ଯାଇ ପୁଣି ତା ନିକଟକୁ ଫେରିଆସିଲା ?
ଉତ୍ତର : ସେ ଫୁଟବଲକୁ ଉପର ଆକାଶ ଆଡକୁ କିକ୍ ମାରିଥିଲା ।

୧୦ ପ୍ରଶ୍ନ : କେଉଁ ଜିନିଷ ବର୍ଷରେ ଥରେ ଏବଂ ସପ୍ତାହରେ ଦୁଇ ଥର ଆସିଥାଏ ?
ଉତ୍ତର : E (Yearରେ ଥରେ ଏବଂ Weekରେ ଦୁଇଥର )

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.