ଏବେ ବିଦ୍ୟୁତ ବିଲ ସଂଗ୍ରହ କରିବା ପାଇଁ ଘରେ ଘରେ ପହଞ୍ଚିବେ ମହିଳା ଟିମ୍

ସାଉଥକୋ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କରାଗଲା ନିୟୋଜିତ

ବ୍ରହ୍ମପୁର(କେନ୍ୟୁଜ୍) : ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ଲାଗି ଏବେ ସହଯୋଗର ହାତ ବଢାଇଛି ସାଉଥକୋ । ଏନେଇ ସାଉଥକୋ ପକ୍ଷରୁ ନିଜର ଉପଭୋକ୍ତାମାନଙ୍କୁ ବିଲ ପ୍ରଦାନ ଓ ବିଦ୍ୟୁତ ମିଟର ରିଡିଙ୍ଗ୍ କରିବା ଲାଗି ନିୟୋଜିତ କରିଛି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ । ଏହି କ୍ରମରେ ଆଜି ପ୍ରଥମ ପର‌୍ୟ୍ୟାୟରେ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ୫୨ଜଣ ଏସଏଚଜି ସଦସ୍ୟାଙ୍କୁ ମୋବାଇଲ ଓ ବିଲ ପ୍ରିଣ୍ଟର ପ୍ରଦାନ କରାଯାଇଛି ।

women electric 4

ଏଥିପାଇଁ ଆଜି ବ୍ରହ୍ମପୁରସ୍ଥିତ ରାଜସ୍ୱ ଡାକ ବଙ୍ଗଳା ପରିସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ସାଉଥକୋର ମ୍ୟାନେଜରଙ୍କ ଉପସ୍ଥିତିରେ ମହିଳା ମାନଙ୍କୁ ମୋବାଇଲ ଓ ପ୍ରିଣ୍ଟର ପ୍ରଦାନ କରାଯାଇଥିଲା । ଏହା ସହ ସାଉଥକୋ ପକ୍ଷରୁ ନୂତନ ଭାବେ ନିୟୋଜିତ ହୋଇଥିବା ମହିଳା ମାନଙ୍କୁ ଏହାର କିପରି ବ୍ୟବହାର କରାଯିବ ସେ ନେଇ ତାଲିମ ମଧ୍ୟ ଦିଆଯାଇଥିଲା ।

ତେବେ ଏହି ମହିଳା ସଦସ୍ୟା ମାନଙ୍କୁ ପୂର୍ବରୁ ମାନୁଆଲ ଭାବେ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ଡିଜିଟାଲ ମାଧ୍ୟମରେ କାମ କରିବା ସହ ଅତି ସହଜର କାମ କରି ପାରିବେ ବୋଲି ସାଉଥକୋ ପକ୍ଷରୁ କୁହାଯାଇଛି । ଏହା ସହ ସାଉଥକୋ ଅଧିନରେ ଥିବା ସମସ୍ତ ଜିଲ୍ଲାରେ ଏଭଳି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନିୟୋଜିତ କରାଯିବା ଯୋଜନା ରହିଛି ।

women electric 2

ସେପଟେ ସାଉଥକୋ ପକ୍ଷରୁ ରୋଜଗାର ପାଇଁ ଦିଆଯାଇଥିବା ଉଦ୍ୟମକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା । ପ୍ରତ୍ୟେକ ବିଲରୁ ୫ ଟଙ୍କା ଲେଖାଏଁ ପାଇବା ସହ ମାସକୁ ପ୍ରାୟ ୧୦ ହଜାର ଟଙ୍କା ରୋଜଗାର କରିପାରିବେ ଏଣୁ ନିଜେ ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଏସଏଚଜି ସଦସ୍ୟାମାନେ ପ୍ରତିକ୍ରିୟା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.