Below header

ଚୋରକୁ ଧରିବାକୁ ଲଗାତାର ୧୭ ଦିନ ଯାଏଁ ATM ଗଲେ ମହିଳା , ଆଉ ଶେଷରେ ଧରିଲେ ଲୁଟେରାକୁ

ଚୋରକୁ ଧରିବା ପାଇଁ ଲଗାତାର ୧୭ ଦିନ ଯାଏ ଏଟିଏମ୍ ଦୌଡିଲେ ମହିଳା । ଆଉ ଶେଷରେ ସଫଳ ମଧ୍ୟ ହେଲେ । ଘଟଣାଟି ହେଉଛି ମୁମ୍ବାଇର । ଆଉ ଠକାମୀର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ରେହାନା ଶେଖ୍ ।

ମିଳିଥିବା ସୂଚନା ଅନୁଯାୟୀ ରେହାନାଙ୍କ ସହ ଏହି ଘଟଣା ବାନ୍ଦ୍ରା ରେଲୱେ ଷ୍ଟେସନ୍ ନିକଟସ୍ଥ ଏକ ଏଟିଏମ୍ କାଉଣ୍ଟରରେ ହୋଇଥିଲା । ପ୍ରତିଦିନ ପରି ୧୮ ଡିସେମ୍ବରରେ ରେହାନା ଅଫିସ୍ ଯାଇଥିଲେ । ବାନ୍ଦ୍ରା ଷ୍ଟେସନରେ ପହଂଚିବା ପରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ହେଲେ କୌଣସି ଟେକ୍ନିକାଲ୍ କାରଣ ପାଇଁ ଟଙ୍କା ବାହାରି ପାରିନଥିଲା । ତେବେ ବାହାରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ସାହାଯ୍ୟ କରିବା ବାହାନାରେ କାର୍ଡର ସମସ୍ତ ଡିଟେଲ୍ ନେଇଥିଲେ । ଏବଂ କିଛି ସମୟ ପାଇଁ ସାହାଯ୍ୟ କରିବାର ନାଟକ କରି କହିଥିଲେ ଟଙ୍କା ବାହାରୁ ନାହିଁ । ଏହା ପରେ ରେହାନା ଅଫିସ୍ ଚାଲିଯାଇଥିଲେ । ହେଲେ ପହଂଚିବା ପରେ ଆକାଉଂଟରୁ ୧୦ହଜାର ଟଙ୍କା କଟିଥିବାର ମେସେଜ୍ ମୋବାଇଲକୁ ଆସିଥିଲା । ଯେଉଁଥିରୁ ସେ ଠକାମୀର ଶିକାର ହୋଇଥିବା କଥା ଜାଣିପାରିଥିଲେ ।

ତେବେ ଠକକୁ ଧରିବା ପାଇଁ ୧୭ ଦିନ ଯାଏଁ ଳଗାତାର ସେହି ଏଟିଏମକୁ ରେହାନା ଏହି ଆଶା ନେଇ ଯାଇଥିଲେ ଯେ କେବେ ନା କେବେ ତ ଆସିବ ସେ । ଆଉ ଠିକ୍ ତାହା ହିଁ ହେଲା । ୪ ଜାନୁଆରୀରେ ରେହାନା ସେହି ବ୍ୟକ୍ତିକୁ ଏଟିଏମ୍ ନିକଟରେ ଦେଖିଥିଲେ । ସାଙ୍ଗେ ସାଙ୍ଗେ ତାକୁ ଧରି ପୋଲିସକୁ ଡାକିଥିଲେ ରେହାନା । ଯାଂଚ ପରେ ଜଣା ପଡିଥିଲା ଅଭିଯୁକ୍ତର ନାଁ ହେଉଛି ଭୁପେନ୍ଦ୍ର ମିଶ୍ରା । ମୁମ୍ବାଇର ଭିନ୍ନ ଭିନ୍ନ ଥାନାରେ ତା ବିରୋଧରେ ୭ ଟି ମାମଲା ଅଛି । ଆଉ ସମସ୍ତ ମାମଲା ଏଟିଏମ୍ ଠକେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.