Below header

କାହାର ସର୍ବନାଶ ତ କାହାର ପୁଷ ମାସ, କାହାର କଣ ଯାଉ ପଛେ କିନ୍ତୁ ମାଗଣା ମାଲ୍ ପାଇଲେ କିଏ ହାତ ଛଡା କରୁଛି

ଯିଏ ଯେମିତି ପାରିଲା, ଯଉଥିରେ ପାରିଲା ବୋହିନେଲା । କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷ ମାସ । ପର ଜିନିଷକୁ ବୋହି ନେବାରେ ଆମ ଲୋକେ ସିଦ୍ଧ ହସ୍ତ । ପଛେ କିଏ ମରିଯାଉ କିନ୍ତୁ ମାଗଣା ମାଲ୍ ପାଇଲେ କିଏ ହାତ ଛଡା କରୁଛି ।

ଜଳେଶ୍ୱର(କେନ୍ୟୁଜ୍):  ଯିଏ ଯେମିତି ପାରିଲା, ଯଉଥିରେ ପାରିଲା ବୋହିନେଲା । କଥାରେ ଅଛି କାହାର ସର୍ବନାଶ ତ କାହାର ପୁଷ ମାସ । ପର ଜିନିଷକୁ ବୋହି ନେବାରେ ଆମ ଲୋକେ ସିଦ୍ଧ ହସ୍ତ । ପଛେ କିଏ ମରିଯାଉ କିନ୍ତୁ ମାଗଣା ମାଲ୍ ପାଇଲେ କିଏ ହାତ ଛଡା କରୁଛି । ଠିକ୍ ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତାରେ।

ହଠାତ୍ ରାସ୍ତାରେ ଯାଉଥିବା ସମୟରେ ଓଲଟି ପଡିଲା ମାଛ ବୋଝେଇ ଗାଡି। ଆଉ ତାପରେ ଯାହା ହେଲା ଆଉ କହିବା ଦରକାର ନାହଁ ଆପଣ ଭିଡିଓ ଦେଖି ଅନୁମାନ କରିସାରିବେଣି । ମାଛ ବୋଝେଇ ଟ୍ରକ୍ ଟି ରାସ୍ତା କଡକୁ ଓଲଟି ଯିବା ପରେ କିଲୋ କିଲୋ ମାଛ କେମିତି ବୋହି ନେଉଛନ୍ତି ଛୁଆଠୁ ବୁଢା ସଭିଏଁ । ଏହି ଅଭାବନୀୟ ଦୃଶ୍ୟ , ଗତକାଲି ଅପରାହ୍ନରେ ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ।

ଏକ ଟାଟା ଏସି ମାଲ ବୋଝେଇ ଗାଡି ଯମୁନାଶୂଳ ମୂହାଣ ରୁ ମାଛ ବୋଝେଇ କରି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ପଞ୍ଚୁପାଲି ବନ୍ଧ ର ଦକ୍ଷିଣ ମହାବଳା ନିକଟରେ ଗାଡିଟିର ଟାୟାର ଫାଟି ଯିବାରୁ ଗାଡି ଟି ଭାରସାମ୍ୟ ହରାଇ ରାସ୍ତାରୁ ୧୦ଫୁଟ ତଳକୁ ନୟନଜୋଡିକୁ ଖସି ପଡିଥିଲା । ଯାହାଫଳରେ ମାଛ ଭର୍ତ୍ତି ଟ୍ରେ ଗୁଡିକ ଗାଡିରୁ ବାହାରି ପଡିଥିଲା ।

ଏପଟେ ଯାହା ଜଣାପଡିଛି ଗାଡିର ଡ୍ରାଇଭର ଆହତ ହୋଇଥିବା ବେଳେ । ଏତେ ପରିମାଣରେ ମାଛ ପଡିଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ କିଲୋ କିଲୋ ମାଛ ବୋହି ନେଇଥିଲେ । ଯାହାର ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.