Below header

ଭାରତର ବିଳାସପୂର୍ଣ୍ଣ ଏବଂ ପ୍ରଥମ ଇକୋ ଫ୍ରେଣ୍ଡଲୀ ବିଲ୍ଡିଂ ‘ଟ୍ରମ୍ପ ଟାଓ୍ଵାର’, ଯେଉଁଠି ଗୋଟେ ଫ୍ଲାଟର ଦାମ ୧୫ କୋଟି ଟଙ୍କା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ୨୪ ଫେବୃଆରୀରେ ଟ୍ରମ୍ପ ଅହମଦାବାଦରେ ପହଞ୍ଚି ସେଠାରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତା’ ପରେ ଟ୍ରମ୍ପ ସାବରମତୀ ଆଶ୍ରମ ଏବଂ ଆଗ୍ରାରେ ଯୋଗ ଦେଇଥିଲେ। ଟ୍ରମ୍ପ ରାଷ୍ଟପ୍ରତି ଛଡା ଜଣେ ସଫଳ ରିଅଲ ଇଷ୍ଟେଟ ବ୍ୟବସାୟୀ ମଧ୍ୟ। ଦୁନିଆର ଅନେକ ଦେଶରେ ଟ୍ରମ୍ପ ଟାଓ୍ଵାର ନିର୍ମାଣ କରାଯାଇଛି। ସେହିପରି ଭାରତର ପୁନେରେ ମଧ୍ୟ ଏକ ଟ୍ରମ୍ପ ଟାଓ୍ଵାର ରହିଛି, ଯାହା ଆମେରିକା ଏବଂ ବ୍ରିଟେନକୁ ମାତ ଦେଉଛି। ଏଠାରେ ମାତ୍ର ଗୋଟେ ଫ୍ଲାଟର ଦାମ ୧୫ କୋଟି ଟଙ୍କା ରହିଛି। ଶଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

tower1`

ଏହି ଟ୍ରମ୍ପ ଟାଓ୍ଵାର ପୁନେର କଲ୍ୟାଣୀ ନଗରରେ ରହିଛି। ଯାହାର ଉଦ୍‌ଘାଟନ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ୨୦୧୮ ମସିହାରେ କରିଥିଲେ। ଏହି ଟ୍ରମ୍ପ ଟାଓ୍ଵାର ଭାରତର ରିଅଲ ଇଷ୍ଟେଟ୍‌ କମ୍ପାନୀ ପଞ୍ଚଶୀଳ ଡେଭଲପର୍ସର ସହଯୋଗରେ ନିର୍ମାଣ କରାଯାଇଛି। ଏହା ଦେଶର ବିଳାସପୂର୍ଣ୍ଣ ଏବଂ ପ୍ରଥମ ଇକୋ ଫ୍ରେଣ୍ଡଲୀ ବିଲ୍ଡିଂ। ଏଠାରେ ବଲିଉଡ ସେଲିବ୍ରିଟ୍‌ ଋଷି କପୁର, ରଣବୀର କପୁର ଏବଂ କ୍ୟାଟ୍ରିନାଙ୍କ ଫ୍ଲାଟ୍‌ ମଧ୍ୟ ରହିଛି।

corona

୨୩ ମହଲା ବିଶିଷ୍ଟ ଏହି ଟ୍ରମ୍ପ ଟାଓ୍ଵାର ବିଶେଷତ୍ୱ ହେଉଛି ଏହାର ବାହାର ଭାଗ। ଏହାର ବାହାର ଭାଗ ସଂପୂର୍ଣ୍ଣ କାଚରେ ତିଆରି ହୋଇଛି। ଏହାର ପ୍ରତ୍ୟେକ ମହଲାରେ ୬୧୦୦ ବର୍ଗଫୁଟର ଏକ ଫ୍ଲାଟ ରହିଛି। ଯେଉଁଥିରେ ମର୍ଡନ ଫିଟନେସ ସେଣ୍ଟର ମଧ୍ୟ ରହିଛି। ପ୍ରତି ଫ୍ଲାଟରେ ଆଉଟଡୋର ସୁଇମିଂ ପୁଲ ରହିଛି। ଏହି ଫ୍ଲାଟ କେବଳ ବାୟୋମେଟ୍ରିକ କାର୍ଡ ଜରିଆରେ ଆପଣ ଏଣ୍ଟ୍ରି କରିପାରିବେ। ଏହାଛଡା ଏଠାରେ ଓ୍ଵାଲର୍ଡକ୍ଲାସ ସ୍ପା, ଏବଂ ଦୁନିଆର ସବୁଠାରୁ ସୁରକ୍ଷିତ ବିଲ୍ଡିଂ।

tower

ସୂଚନାଯୋଗ୍ୟ, ଏହି ଟ୍ରମ୍ପ ଟାଓ୍ଵାର ବିବାଦରେ ରହିଛି। ଆରଟିଆଇ କାର୍ଯ୍ୟକର୍ତ୍ତା ରବି ବରାହତେ ଏହି ବିଲ୍ଡିଂ ତିଆରି ପାଇଁ କେତେକ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଆରୋପ ଲଗାଇଛନ୍ତି। ଯାହାର ଯାଞ୍ଚ ମହାରାଷ୍ଟ ରାଜସ୍ୱ ବିଭାଗ କରୁଛି। କିନ୍ତୁ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ସତ୍ୟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.