Below header

କୁଆଁରୀ ଝିଅ ମାନଙ୍କୁ ଏଠି ଦିଆଯାଉଥିଲା ବଳି, ଜାଣନ୍ତୁ ଟୋକିମରା ପର୍ବ ବିଷୟରେ ଅଧିକ କିଛି

ଆଦିବାସୀ ସଂସ୍କୁତିରେ ମାଟି ମାତାକୁ ଏବଂ ସୁର୍ଯ୍ୟ ଦେବତାଙ୍କୁ ପିତା ବୋଲି ବିଶ୍ୱାସ କରାଯାଏ । ମାଁ ମାଟି କୁ ସନ୍ତୁଷ୍ଟ କରି ଭଲଚାଷ ଭଲ ସ୍ୱାସ୍ଥ୍ୟ ଓ ସୁଖ ଶାନ୍ତିରେ ଯିବନ ଯାପନ କରିବା ପାଇଁ କେଉଁ ଆବାହମାନ କାଳ ରୁ ଆଦିବାସି ସଂପ୍ରଦାୟର ଲୋକେ ଟୋକି ପର୍ବ ପାଳନ କରିଆସୁଛନ୍ତି । ପଶ୍ଚିମ ଓଡିଶାର ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରୁଥିବା ସ୍ଥାନ ମାନଙ୍କ ରେ ଏହି ପର୍ବ ପାଳନ କରିଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ର କଲମପୁର , ଥୁଆମୁଳ ରାମପୁର , ମଦନପୁର ରାମପୁର , ଲାନଜିଗଡ , ଜୟପାଟଣା , ଜୁନାଗଡ , କୋକସରା , ଗୋଲାମୁଣ୍ଡା , ଆଦି ବ୍ଲକ ରେ ଆଦିବାସୀ ସଂପ୍ରଦାୟର ଲୋକେ ବସଏତି ସ୍ଥାପନ କରୁଥିବା ବିଭିନ୍ନ ଗ୍ରାମରେ ଟୋକିପର୍ବ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ କଲମପୁର ବ୍ଲକର ବାବୁ କେନ୍ଦୁଗୁଡା ଠାରେ ଏହି ପର୍ବକୁ ମହାଆଡମ୍ବର ସହ ପାଳନ କରାଯାଇଛି। । ଏହି ପର୍ବରେ ଜିଲ୍ଲାର ବିଭିନ୍ନ ବ୍ଲକର ୫୪ ଗୋଟି ଆଦିବାସୀ ସଂପ୍ରଦାୟର ଦଳ ଯୋଗ ଦେଇଥିଲେ । ଏବଂ ଏହି ପର୍ବରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଜନ ସମାଗମ ମଧ୍ୟ ହୋଇଥିଲା ।

ପ୍ରାଚୀନ କାଳରେ ଆଦିବାସି ସଂପ୍ରଦାୟର ଲୋକେ ଧରଣୀ ମାଁଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ କୁଆଁରି କନ୍ୟାକୁ ବଳି ଦେଉଥିଲେ । ପ୍ରଥା ଥିଲା କୁଆଁରି କନ୍ୟାକୁ ବଳି ଦେଲେ ଗ୍ରାମର ମଗଂଳ ସହ ଗ୍ରାମରେ ଭଲ ଫସଲ ଅମଳ ହେବା ସହ ପରିବାର ଖୁସିରେ ରହିଥାନ୍ତି। ତେଣୁ କୁଆଁରି କନ୍ୟାକୁ ମାଁଙ୍କ ଉଦେଶ୍ୟରେ ବଳି ଦିଆଯାଉଥିଲା । ସେବେଠୁ ପର୍ବର ନାମ ଟୋକିମରା ପର୍ବ ନାମରେ ନାମିତ ହୋଇଛି ।

parbaଶିକ୍ଷା ଓ ସଭ୍ୟତାର ବିକାଶ ହେବା ସହିତ ପରମପରାର ପରିବର୍ତନ ହେବା ଫଳ ରେ ମଣିଷ ବଳି କୁ ବାଦ ଦେବା ସହ ଏବେ ଟୋକି ପର୍ବରେ ମେଣ୍ଢା କୁ ବଳି ଦେଆଯଉଛି । ଟୋକି ପର୍ବ ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଚାଷ କାର୍ଯ୍ୟ ସମାପ୍ତ ହେବା ପରେ ପୌଷ ପୂର୍ଣ୍ଣମୀ ପୂର୍ବବର୍ତ୍ତୀ ରବିବାର ଦିନ ଏହି ପର୍ବ ପାଳନ କରାଯାଏ । ଟୋକି ପର୍ବ ପାଳନ କରାଯାଇଥିବା ଗ୍ରାମରେ ବଳିପାଇଁ ଉଦ୍ଦିଷ୍ଠ ମେଣ୍ଢାକୁ ଗ୍ରାମବାସୀଙ୍କ ସହଯୋଗ ରେ ଏବଂ ପୋଲିସ ସୁରକ୍ଷା ବଳୟ ରେ ଗ୍ରାମରୁ ଦୁରରେ ଥିବା ଏକ ବିରାଟ ପଡିଆ ରେ ଧରଣି ନିକଟକୁ ନିଆଯାଇଥାଏ । ନିକଟବର୍ତ୍ତୀ ଗ୍ରାମରୁ ଆଶିଥିବା ନିମନ୍ତ୍ରୀତ ଯାନି ମାନେ ଦଳଗତ ଭାବରେ ପାରମ୍ପାରିକ ବେଶ ଭୁସାରେ ଅସ୍ତ୍ର ଶସ୍ତ୍ର ରେ ସଜ୍ୱିତ ହୋଇ ପରବ ବାଜାରର ତାଳେ ତାଳେ ବିରତ୍ୱ ପ୍ରଦର୍ଶନ କରି ସେହି ମେଣ୍ଡାର ମାଂସକୁ ଧରଣି ନିକଟରୁ ଚୋରି କରି ମାଟି ମାଁକୁ ସନ୍ତୁଷ୍ଟ କରିବା ପାଇଁ ନିଜ ନିଜ ଗ୍ରାମର ମାଟିରେ ପୋତିଥାନ୍ତି । ଏବଂ ଭଲ ଅମଳ ଓ ଗ୍ରାମବାସୀଙ୍କ ସୁଭ ମନାସି ଥାନ୍ତି ।

ଟୋକି ପର୍ବରେ ହୋଇଥିବା ରାଗ ରୁଷ ଅଭିମାନ ଭୁଲିବା ପାଇଁ ଗ୍ରାମର ଯୁବକ ଯୁବତୀ (ଧଗଂଡା, ଧାଗଂରି) ନିମନ୍ତ୍ରିତ ଅତିଥି ବା ଗ୍ରାମ ର ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କୁ ଏକ ଖଟିଆ ରେ ବୋହି ପରବ ବାଜାର ତାଳେ ତାଳେ ଧରଣି ଦେବି ଙ୍କ ଚର୍ତୁପାଶ୍ୱ ରେ ନଚେଇ ଥାନ୍ତି । ଆଦିବାସୀ ଯୁବକ ଯୁବତୀ ମହୁଲି ମଦର ନିଶା ରେ ମସଗୁଲ ହୋଇ ପରବ ବାଜାର ଢୋଲ ର ତାଳେ ତାଳେ ନାଚ ଗିତରେ ବିଭୋର ହୋଇପଡିଥାନ୍ତି । ପ୍ରାୟ ଗୋଟିଏ ମାସ ଧରି ଚାଲୁଥିବା ଏହି ପର୍ବ ପୌଷ ମାସ ପୂର୍ଣ୍ଣମୀରେ ଶେଷ ହୋଇଥାଏ । ଆଦିବାସୀ ସଂପ୍ରଦାୟ ରେ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଟୋକିମରା ପର୍ବରେ ଘରକୁ ଫେରି ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି ଏହି ପର୍ବକୁ। ଏହି ଟୋକିମରା ପର୍ବ ଏକ ବଂଧୁମିଳନ ସହ ଭାଇଚାରା ଶ୍ରୁଷ୍ଠି କରିବାର ଏକ ନିଆରା ପରମ୍ପରଙ୍କ ହୋଇଥିବା ବେଳେ ପୁର୍ବପୁରୁଷ ରୁ ଚାଲିଆସୁଥିବା ଏହି ଟୋକିମରାପର୍ବ ଏବେ ବି ଏଠାକାର ଲୋକେ ପାଳନ କରିଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.