ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନରେ ଭାବବିହ୍ଵଳ ହେଲେ ଫ୍ୟାନ୍ସ, ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଲା #SushantDay ଏବଂ #SSRBIRTHDAY

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୬ ମସିହା ଆଜିର ଦିନରେ ହିଁ ସୁଶାନ୍ତ ପାଟନାରେ ଜନ୍ମ ହୋଇଥିଲେ। ଯଦି ଆଜି ସେ ଏହି ଦୁନିଆରେ ଥାଆନ୍ତେ, ତା’ହେଲେ ସେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ନିଜର ୩୫ତମ ଜନ୍ମଦିନ ପାଳନ କରୁଥାଆନ୍ତେ। କିନ୍ତୁ ୪ ଭଉଣୀରେ ଏକମାତ୍ର ଭାଇ ଥିବା ସୁଶାନ୍ତ ୧୪ ଜୁନ୍‌ ୨୦୨୦ରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରି ଦେଇଛନ୍ତି।

susant
photo credit: News18 Gujarati News

susant2

କେହି ବି ଏହା ଭାବି ନ ଥିଲେ କି, ଟିଭି ଦୁନିଆରୁ ବଲିଉଡ୍‌ରେ ହିଟ୍‌ ଦେଇ ଲୋକଙ୍କ ହୃଦୟ ଜିତିବା ପରେ ସୁଶାନ୍ତ ଦୁନିଆ ଛାଡ଼ି ଚାଲିଯିବେ। ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତି ଆଜି ମଧ୍ୟ ଫ୍ୟାନମାନଙ୍କ ହୃଦୟରେ ବଞ୍ଚି ରହିଛି। ବାର୍ଥ ଡେ’ ଅବସରରେ ସୁଶାନ୍ତଙ୍କ ଫ୍ୟାନମାନେ ତାଙ୍କୁ ମନେ ପକାଇ ଭାବବିହ୍ଵଳ ହୋଇପଡ଼ୁଛନ୍ତି। ଟୁଇଟରରେ #SushantDay ଏବଂ #SSRBIRTHDAY ଟ୍ରେଣ୍ଡ ହେଉଛି। ଫ୍ୟାନ ଏବଂ ସାଙ୍ଗସାଥୀମାନେ ସୁଶାନ୍ତଙ୍କ ପୁରୁଣା ଫଟୋ ଓ ଭିଡିଓ ଶେୟାର କରି ତାଙ୍କୁ ଫେରି ଆସିବାକୁ ଗୁହାରି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.