Below header

ମାତ୍ର ୭ ବର୍ଷରେ ୩୫ ପିଲାଙ୍କ ବାପା ବନିସାରିଲେଣି ଏହି ଯୁବକ, ଜାଣନ୍ତୁ କେମିତି

ଦୁନିଆରେ ଲୋକମାନେ ବିବାହ କରି ପିଲା ଛୁଆ ଜନ୍ମ କରି ସୁଖରେ ସଂସାର ଗଢ଼ିବାର ସ୍ୱପ୍ନ ଦେଖନ୍ତି। ଯେଉଁମାନଙ୍କୁ ପିଲା ଅଧିକ ପସନ୍ଦ ସେମାନେ ଦୁଇ ତିନିଟି ଛୁଆ ଜନ୍ମ କରିଥାନ୍ତି। ସେହିପରି ବର୍ତ୍ତମାନ ଦୁନିଆକୁ ଦେଖି ଆଉ କିଛି ଗୋଟିଏ ଦୁଇଟି ପିଲା ଜନ୍ମ କରୁଛନ୍ତି। କିନ୍ତୁ ଆମେରିକାର କେଲି ଗାର୍ଡି ନାମକ ଯୁବକ ସମସ୍ତଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୯ ବର୍ଷୀୟ ଏହି ବ୍ୟକ୍ତି ମାତ୍ର ୭ ବର୍ଷରେ ୨୯ ଜଣ ପିଲାଙ୍କ ବାପା ହୋଇସାରିଛନ୍ତି। କିନ୍ତୁ କୌଣସି ଗୋଟିଏ ଛୁଆର ବି ଦାୟିତ୍ୱ ତାଙ୍କ ଉପରେ ନାହିଁ।

ପ୍ରକୃତ କଥାଟି ହେଉଛି, କେଲି ଗାର୍ଡି ଆମେରିକାର ଜଣେ ବିଶିଷ୍ଟ ସ୍ପର୍ମ ଡୋନର। ସେ ପ୍ରତିଦିନ ଏକ ଡଜନରୁ ଅଧିକ ସ୍ପର୍ମ ଡୋନେଟ୍‌ କରିଥାନ୍ତି। ପ୍ରତି ମାସରେ ୫ ଜଣ ମହିଳାଙ୍କ କୋଳ ପୂର୍ଣ୍ଣ କରିଥାନ୍ତି କେଲି। ଏହି କାମ କରି ସେ ଖୁବ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି।

କେଲି ଗାର୍ଡି କହିଛନ୍ତି, ତାଙ୍କ ମୁଖ୍ୟ ବିଜ୍‌ନେସ ଆକାଉଣ୍ଟିଂ। କିନ୍ତୁ ଏହି କାମ କରିବାକୁ ତାଙ୍କୁ ଅଧିକ ଭଲ ଲାଗୁଛି। ତାଙ୍କ ସାହାଯ୍ୟରେ ଯଦି ଲୋକଙ୍କ କୋଳ ପୂର୍ଣ୍ଣ ହେଉଛି ଓ ଅନ୍ୟମାନେ ଖୁସି ହେଉନ୍ତି ତେବେ ଏହା ଭାଗ୍ୟର କଥା ବୋଲି ସେ କହିଛନ୍ତି। ତେବେ ଏଥିପାଇଁ ସେ କୌଣସି ଅର୍ଥ ନିଅନ୍ତି ନାହିଁ ବୋଲି କହିଛନ୍ତି। ମାତ୍ର ଯେଉଁମାନେ ତାଙ୍କ ଠାରୁ ସ୍ପର୍ମ ନିଅନ୍ତି, ସେ ତାଙ୍କ ଟ୍ରାଭେଲ ଓ ଟିପ୍‌ ଖର୍ଚ୍ଚ ଉଠାଇଥାନ୍ତି। ଏହି କାର୍ଯ୍ୟ ତାଙ୍କୁ ଏକ ଆଡଭେଞ୍ଚରସ୍‌ ଲାଗେ ବୋଲି କହିଛନ୍ତି କେଲି ଗାର୍ଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.