ମାଲକାନଗିରି: ମାଥିଲି ଥାନା କଉଡ଼ିଗୁଡ଼ା ଗାଁରେ ଅଭାବନୀୟ ଘଟଣା,କୂଅରେ ପଡ଼ି ମାଆ ଓ ଝିଅ ମୃତ

ମାଲକାନଗିରି (କେନ୍ୟୁଜ୍): କୂଅରେ ପଡ଼ି ମାଆ ଓ ଝିଅ ମୃତ। ମାଲକାନଗିରି ଜିଲ୍ଲା ମାଥିଲି ଥାନା କଉଡ଼ିଗୁଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ହେଲେ ମାଆ ମତିଖରା ଏବଂ ୪ ବର୍ଷର ଝିଅ ରାଜନ୍ତି ଖରା। କୂଅରେ କୌଣସି କାରଣରୁ ପଡିଯାଇଥିଲେ। ଗତକାଲିଠାରୁ ନିଖୋଜ ଥିଲେ ଦୁହେଁ। ପରିବାର ଲୋକ ଖୋଜାଖୋଜି କଲା ବେଳେ କୂଅରେ ପଡିଥିବା ଦେଖିବାକୁ ମିଳିଥିଲା।

ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ମୃତଦେହକୁ ଉଦ୍ଧାର କରିଛି। ମାଥିଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।