Below header

କରୋନା ଟିକା କିଡନୀ ଓ ଡାଇବେଟିସ୍‌ ରୋଗୀ ନେଇ ପାରିବେ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

କରୋନା ଭାଇରସ୍‌ ଉପରେ ଏଯାଏ ବିଜୟପ୍ରାପ୍ତ କରାଯାଇନି । ଦିନକୁ ଦିନ ସଂକ୍ରମଣ ବଢ଼ିବା ସହ କରୋନା ତା’ର କାୟା ମଧ୍ୟ ପରିବର୍ତ୍ତନ କରିଚାଲିଛି । ତେବେ କରୋନ ଟିକାକୁ ନେଇ ଲୋକଙ୍କ ମନରେ ଥିବା ଭୟ ଏଯାଏ ସମାପ୍ତ ହୋଇନି । କରୋନା ଆରମ୍ଭ ହେବା ଦିନ ଠାରୁ ଡାଇବେଟିସ୍‌ ଓ କିଡ୍‌ନୀ ରୋଗୀଙ୍କ ପାଇଁ ଏହା ମାରାତ୍ମକ କୁହାଯିବା ପରେ ଏହି ଭୟରୁ ଲୋକେ ବାହାରି ପାରି ନାହାଁନ୍ତି ।

ବିଶେଷକରି କିଡନୀ ଓ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଟିକା ର କ’ଣ ପାର୍ଶ୍ୱ ପ୍ରତିକ୍ରିୟା ରହିବ ତା’କୁ ନେଇ ଲୋକେ ସନ୍ଧୀହାନ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ରୋଗୀମାନଙ୍କ ପାଇଁଷ କ’ଣ କହୁଛନ୍ତି ବିଶେଷଜ୍ଞ ।

blood test
photo credit: punjabkesari.in

କ’ଣ ଡାଇବେଟିସ୍‌ ରୋଗୀ ଟିକା ନେଇପାରିବେ

ବିଶେଷଜ୍ଞଙ୍କ ମତରେ ଏହି ରୋଗୀ ଟିକା ନେଇ ପାରିବେ । କାରଣ କରୋନା ଟିକା ନେବା ଦ୍ୱାରା ଏହି ବ୍ୟକ୍ତିଙ୍କର ସୁଗାର କିମ୍ବା ବ୍ଲଡ୍‌ ପ୍ରେସର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଡାଇବେଟିସ୍‌ ରୋଗୀ ଟିକା ନେବା ପରେ ତୁରନ୍ତ କରନ୍ତୁ ଏହି କାମ

ଯେଉଁ ବ୍ୟକ୍ତି ଡାଇବେଟିସ ରୋଗରେ ଆକ୍ରାନ୍ତ ସେମାନେ ଟିକା ନେବା ପରେ ଅଧା ଘଣ୍ଟା ଯାଏ ଟିକା କେନ୍ଦ୍ରରେ ରହିବା ଆବଶ୍ୟକ । କାରଣ ଟିକା ନେବା ପରେ ତାଙ୍କ ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି କି ନାହିଁ ତାହା ଜାଣିବା ଉଚିତ୍‌ । ଯଦି କିଛି ଅସୁବିଧା ଲାଗେ ତେବେ ତୁରନ୍ତ ଡାକ୍ତରଙ୍କ କୁହନ୍ତୁ ।

kidney
photo credit: punjabkesari.in

କିଡନୀ ରୋଗୀଙ୍କ ପାଇଁ ଟିକା ନେବା କେତେ ସୁରକ୍ଷିତ

ବିଶେଷଜ୍ଞଙ୍କ ମତରେ କିଡନୀ ରୋଗୀ ବି ଟିକା ନେଇ ପାରିବେ । ବିଶେଷ କରି ଯେଉଁମାନେ କିଡନୀ, ଲିଭର ଓ ହାର୍ଟ ରୋଗୀ ସେମାନଙ୍କୁ କରୋନା ସଂକ୍ରମଣ ଭୟ ଅଧିକ । ତେଣୁ ଏହି ଲୋକଙ୍କୁ ଟିକା ନେବା ସବୁଠୁ ଅଧିକ ଜରୁରୀ । ହାର୍ଟ ରୋଗୀଙ୍କୁ ଟିକା ଦେବା ନେଇ ଭୟ ଲୋକଙ୍କ ମନରେ ରହିଛି । ତେବେ ହାର୍ଟ ରୋଗୀ ଟିକା ନେବାରେ କିଛି ଅସୁବିଧା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଯେଉଁ ରୋଗୀଙ୍କର ଟ୍ରାନ୍ସପ୍ଲାଣ୍ଟ ହେଉଛି ସେମାନେ ବି ଟିକା ନେବା ଜରୁରୀ । ଯଦିଓ ଏହି ଲୋକଙ୍କ ଉପରେ ଟିକାର ପ୍ରଭାବ କମ୍‌ ପଡ଼ିଥାଏ । ତେବେ ଏହି ରୋଗୀ ନଡ଼ରି ଟିକା ଲଗାଇବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.