୧୦ ମିନିଟରେ କରନ୍ତୁ ପ୍ରସ୍ତୁତ, ବନାନ୍ତୁ ସୁଜି ହାଲଓ୍ଵା

ହାଲଓ୍ଵା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଯଦି ଆପଣଙ୍କୁ ବି ହାଲଓ୍ଵା ପସନ୍ଦ ତାହେଲେ ଆପଣଙ୍କ ପାଇଁ ବଢ଼ିଆ ରେସିପି ନେଇ ଆସିଛୁ। ଏମିତିରେ ଯଦି ଆପଣଙ୍କୁ କିଛି ମିଠା ଖାଇବାକୁ ଇଚ୍ଛା ହେଉଛି ତାହେଲେ ଆପଣ ‘ସୁଜି ବେସନ’ ପ୍ରସ୍ତୁତ କରନ୍ତୁ। ଏହାକୁ ବନାଇବା ଅତି ସହଜ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ସୁଜି
  • ବେସନ
  • କ୍ଷୀର
  • ଚିନି
  • ଅଳେଇଚ
  • ଡ୍ରାଏ ଫୃଟ୍ସ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ସୁଜି ଏବଂ ବେସନକୁ ଭାଜି ଦିଅନ୍ତୁ। ଆପଣଙ୍କୁ ସୁଜି ଏବଂ ବେସନ ଉଭୟକୁ ଅଲଗା ଅଲଗା ଭାଜନ୍ତୁ। ସୁଜି ଏବଂ ବେସନକୁ ମିଶାଇ ଦିଅନ୍ତୁ ଏବଂ ଏହି ମିଶ୍ରଣରେ କ୍ଷୀର ପକାଇ ଦିଅନ୍ତୁ। କ୍ଷୀର ଦେବା ସମୟରେ ହାଲଓ୍ଵାକୁ ଭଲଭାବେ ଚଲାଇ ଦିଅନ୍ତୁ।

ଏବେ ଧୀମା ଆଞ୍ଚରେ ହାଲଓ୍ଵାକୁ ଫ୍ରାଏ ହେବାକୁ ଦିଅନ୍ତୁ। ଏହାପରେ ହାଲଓ୍ଵାରେ ଚିନି ଏବଂ ଅଳେଇଚ ପାଉଡର ପକାଇ ଦିଅନ୍ତୁ। ଚିନି ଭଲଭାବେ ମିଶିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।

ଏହାପରେ ହାଲଓ୍ଵାରେ ଡ୍ରାଏ ଫୃଟ୍ସ ପକାଇ ଦିଅନ୍ତୁ। ଡ୍ରାଏ ଫୃଟ୍ସ ପକାଇବା ପରେ ହାଲଓ୍ଵାକୁ ଖାଇବା ପାଇଁ ସର୍ଭ କରନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସୁଜି ବେସନ ରେସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.