ରଣବୀର କପୁରଙ୍କୁ ଛାଡ଼ି ଆଉ କାହାକୁ ବରଣମାଳା ପିନ୍ଧାଇଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଭିଡିଓ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଗତ କିଛି ଦିନ ହେବ ବେଶ୍ ବ୍ୟସ୍ତ ଅଛନ୍ତି। ପ୍ରଥମେ ଗଙ୍ଗୁବାଇ କାଠିଆବାଡିର ଟିଜର ରିଲିଜ୍, ପରେ ନିଜ ପ୍ରଡକ୍ସନ୍ ହାଉସ୍ ଖୋଲିବା ତା’ ପରେ ଉକ୍ତ ପ୍ରଡକ୍ସନ୍ ହାଉସ୍ ପାଇଁ ନୂଆ ଫିଲ୍ମର ଘୋଷଣା କରିବା ଆଦି କାମରେ ଆଲିଆ ପୂରା ବିଜି। ଇତି ମଧ୍ୟରେ ଆଲିଆ ଭଟ୍ଟ ରଣବୀର କପୁରଙ୍କୁ ଛାଡ଼ି ଆଉ କାହା ବେକରେ ବରଣମାଳା ପକାଉଥିବା ଦେଖିବାକୁ ମିଳିଛି।
ଆଲିଆ ସେୟାର କରିଥିବା ଭିଡିଓରେ ଦେଖାଯାଇଛି ଯେ ସେ ବରକୁ ବରଣମାଳା ପିନ୍ଧାଉଛନ୍ତି। ଏହି ସମୟରେ ପୁଅ ଘର ଲୋକ ବରକୁ ଉପରକୁ ଟେକିଦେଉଛନ୍ତି। ଆଲିଆ ବରକୁ ବରଣମାଳା ପିନ୍ଧାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଉଚ୍ଚା ଥିବାରୁ ତାଙ୍କ ହାତ ପାଉନାହିଁ। ସେତେବେଳେ ସେ ମ୍ୟାଜିକ୍ ଦେଖାଉଛନ୍ତି ଓ ମାତ୍ର କିଛି ସେକେଣ୍ଡରେ ଉପରକୁ ଉଡ଼ି ବର ବେକରେ ମାଳ ପକାଇ ଦେଉଛନ୍ତି।
View this post on Instagram
ତେବେ ଏହି ଭିଡିଓଟି ପର୍କ ଚକୋଲେଟ୍। ଭିଡିଓରେ ଆଲିଆଙ୍କ ବ୍ରାଇଡାଲ ଲୁକ୍ ବେଶ୍ ଷ୍ଟାଇଲିସ୍ ଲାଗୁଛି। ଏହି ଭିଡିଓକୁ ଆଲିଆ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଭିଡିଓରେ ଆଲିଆ ନ୍ୟୁଡ୍ ମେକ୍ଅପ୍ ନେଇଛନ୍ତି ଓ ମଥାରେ ବିନ୍ଦି ଲଗାଇଛନ୍ତି। ପ୍ରକାଶ ଯେ ଆଲିଆଙ୍କୁ ଖୁବ୍ଶୀଘ୍ର ଗଙ୍ଗୁବାଇ କାଠିଆବାଡି ଓ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ।