Below header

ବୀର୍ ଗାଥା ପ୍ରତିଯୋଗିତାରେ ପୁରସ୍କୃତ ହେଲେ କନ୍ଧମାଳର ଝିଅ ରୂପଶ୍ରୀ ପ୍ରଧାନ

କନ୍ଧମାଳର ଝିଅ ରୂପଶ୍ରୀ ପ୍ରଧାନ। ପିଲାଦିନୁ ହିଁ ପାଠ ପଢ଼ା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଆଉ ଏବେ ସେ ବୀର ଗାଥାରେ ପୃରସ୍କୃତ ହୋଇଛନ୍ତି ।

କନ୍ଧମାଳର ଝିଅ ରୂପଶ୍ରୀ ପ୍ରଧାନ। ନାଁ ଯେମିତି ତାଙ୍କର କାମ ବି ସେମିତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଦିନୁ ହିଁ ତାଙ୍କର ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ଆଜି ସେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ରୂପଶ୍ରୀ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । ତାଙ୍କର ପିଲାଦିନୁ ହିଁ ପାଠ ପଢ଼ା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଆଉ ଏବେ ସେ ବୀର ଗାଥାରେ ପୃରସ୍କୃତ ହୋଇଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ରକ୍ଷା ମନ୍ତ୍ରାଳୟର ମିଳିତ ଆନୁକୁଲ୍ୟରେ ଦେଶର ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଭାବ ଜାଗରଣ ନିମନ୍ତେ ଗତ ତିନି ବର୍ଷ ଧରି ଆୟୋଜିତ ହେଉଛି ବୀର୍ ଗାଥା ପ୍ରତିଯୋଗିତା । ଦିଲ୍ଲୀସ୍ଥିତ ଡିଆର୍ଡିଓ ଭବନରେ ଆୟୋଜିତି ବୀର୍ ଗାଥା ପ୍ରତିଯୋଗିତାରେ ଚଳିତ ବର୍ଷ ଓଡିଶାରୁ ସର୍ବମମୋଟ ଏଗାର ଜଣ ବୀର୍ ଗାଥା ୩ .୦ ରେ ମନୋନୀତ ହୋଇଥିଲେ ।

ସେଥି ମଧ୍ୟରୁ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ରୁପଶ୍ରୀ ପ୍ରଧାନ ଚିତ୍ରାଙ୍କନରେ ମନୋନୀତ ହୋଇଥିଲେ। ଡିଆର୍ଡିଓ ଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂ ଙ୍କ ଦଶହଜାର ଟଙ୍କା ଚେକ୍ ପ୍ରଦାନ କରି ପୁରଷ୍କୃତ କରିଥିଲେ । କନ୍ଧମାଳରୁ ପ୍ରଥମ ଥର ବୀର୍ ଗାଥାରେ ଝିଅ ପୁରଷ୍କୃତ ହୋଇଥିବାରୁ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଏପଟେ ରୂପଶ୍ରୀ ପୁରସ୍କୃତ ହୋଇଥିବା ନେଇ ଖୁସି ଥିବା ବେଳେ ତାଙ୍କ ସଫଳତାର ସମସ୍ତ ଶ୍ରେୟ ସେ ତାଙ୍କ ବାପା ମା ଆଉ ଶିକ୍ଷକଙ୍କୁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.