୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ବିଜେପି ନେତା ତଥା ପୂର୍ବତନ ବିଧାୟକ ଅରବିନ୍ଦ ଖାନ୍ନାଙ୍କୁ ସମନ ପଠାଇଛି । ଇଡି ସମନ ଜାରି କରି ଜାନୁୟାରୀ ୩୦ରେ ହାଜର ହେବା ପାଇଁ କହିଛି ।

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ବିଜେପି ନେତା ତଥା ପୂର୍ବତନ ବିଧାୟକ ଅରବିନ୍ଦ ଖାନ୍ନାଙ୍କୁ ସମନ ପଠାଇଛି । ଇଡି ସମନ ଜାରି କରି ଜାନୁୟାରୀ ୩୦ରେ ହାଜର ହେବା ପାଇଁ କହିଛି । ଅରବିନ୍ଦ ଖାନ୍ନାଙ୍କୁ ଏମ୍ବ୍ରାୟର ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ତଲବ କରାଯାଇଛି ।

୨୦୦୮ ମସିହାରେ ବ୍ରାଜିଲ ଫାର୍ମ ପକ୍ଷରେ DRDO ସହିତ ତିନୋଟି ବିମାନର ଚୁକ୍ତି କରିବା ପାଇଁ ୫.୭୬ ମିଲିୟନ ଆମେରିକୀୟ ଡଲାରର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଇଡି ୨୦୨୦ରେ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ସିବିଆଇ ୨୦୨୩ ଜୁନ୍‌ରେ ଅସ୍ତ୍ର ଡିଲର ଅରବିନ୍ଦ ଖାନ୍ନା, ଓକିଲ ଗୌତମ ଖେତାନ ଓ ବ୍ୟବସାୟୀ ଅନୁପ ଗୁପ୍ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ନିକଟରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ଚାର୍ଜସିଟରେ ଏଜେନ୍ସି ଆଇପିସି ଧାରା ୧୨୦ବି ଲାଗୁ କରିଛି ।

ତେବେ ଅଭିଯୋଗରେ ଉଲ୍ଲେଖ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରତିରକ୍ଷା ପରାମର୍ଶଦାତା ତଥା ଅରବିନ୍ଦ ଖାନ୍ନାଙ୍କ ବାପା ବିପିନ ଖାନ୍ନା ମଧ୍ୟ ସାମିଲ ଥିଲେ, ଯାହାଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.