ଡୋଙ୍ଗରି ପହଞ୍ଚିଲା ‘ବିଗ୍‌ ବସ୍‌’ ଟ୍ରଫି, ନିଜ ଅଞ୍ଚଳରେ ମୁନାଓ୍ଵର ଫାରୁକିଙ୍କୁ ଗ୍ରାଣ୍ଡ୍‌ ୱେଲକମ୍‌

ଟିଭିର ସବୁଠୁ ବଡ଼ ରିୟାଲିଟି ଶୋ’ ବିଗ୍‌ ବସ୍‌ ୧୭ର ବିଜେତା ହେବା ପରେ ମୁନାଓ୍ଵର ଫାରୁକି ନିଜ ଅଞ୍ଚଳରେ ପହଞ୍ଚିଛନ୍ତି । ମୁନାଓ୍ଵରଙ୍କ ବିଜୟକୁ ନେଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଖୁସିରେ ନାଚି ଉଠିଛନ୍ତି । ମୁନାଓ୍ଵର ଡୋଙ୍ଗରିରେ ପହଞ୍ଚିବା ପରେ ସେଠାରେ ତାଙ୍କର ଗ୍ରାଣ୍ଡ ୱେଲକମ୍‌ ହୋଇଛି ।

ଟିଭିର ସବୁଠୁ ବଡ଼ ରିୟାଲିଟି ଶୋ’ ବିଗ୍‌ ବସ୍‌ ୧୭ର ବିଜେତା ହେବା ପରେ ମୁନାଓ୍ଵର ଫାରୁକି ନିଜ ଅଞ୍ଚଳରେ ପହଞ୍ଚିଛନ୍ତି । ମୁନାଓ୍ଵରଙ୍କ ବିଜୟକୁ ନେଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଖୁସିରେ ନାଚି ଉଠିଛନ୍ତି । ମୁନାଓ୍ଵର ଡୋଙ୍ଗରିରେ ପହଞ୍ଚିବା ପରେ ସେଠାରେ ତାଙ୍କର ଗ୍ରାଣ୍ଡ ୱେଲକମ୍‌ ହୋଇଛି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ବିଗ୍‌ ବସ୍‌ ୧୭ ଜିତିବା ପରେ ମୁନାଓ୍ଵର ପ୍ରଥମେ ନିଜ ଅଞ୍ଚଳ ଡୋଙ୍ଗରିରେ ପହଞ୍ଚିଛନ୍ତି । ଏଠାରେ ତାଙ୍କୁ ହଜାର ହଜାର ପ୍ରଶଂସକ ବିରାଟ ଆକାରରେ ସ୍ୱାଗତ କରିଛନ୍ତି । ତାଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ତାଙ୍କ ଚାରିପାଖରେ ଘେରି ହୋଇ ରହିଛନ୍ତି ଏବଂ ଜୋର୍‌ ଜୋର୍‌ରେ ତାଙ୍କ ନାମ ନେଇ ଚିଲ୍ଲାଉଛନ୍ତି ।

ଏହି ସମୟରେ ମୁନାଓ୍ଵର ନିଜ କାର୍‌ରୁ ବାହାରି ସମସ୍ତଙ୍କୁ ବିଗ୍‌ ବସ୍‌ ଟ୍ରଫି ଦେଖାଉଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, ମଝିରେ ମୁନାଓ୍ଵରଙ୍କ ଗାଡ଼ି ରହିଛି ଏବଂ ଅନେକ ଦୂର ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନଙ୍କ ଭିଡ଼ ଲାଗି ରହିଛି । ଏହି ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ରହିଛି ।

କହି ରଖୁଛୁ, ମୁନାଓ୍ଵର ଫାରୁକି ଯେତେବେଳେ ପ୍ରଥମ ଥର ମୁମ୍ବାଇ ଆସିଥିଲେ, ସେତେବେଳେ ସେ ଡୋଙ୍ଗରିରେ ହିଁ ରହୁଥିଲେ । ଏଠାରେ ସେ ନିଜର ପିଲାବେଳ କାଟିଛନ୍ତି । ଡୋଙ୍ଗରି ଅଞ୍ଚଳରେ ସେ ଏକ ବାସନ ଦୋକାନରେ କାମ କରୁଥିଲେ । ଲୋକପ୍ରିୟ ହେବା ପରେ ମଧ୍ୟ ମୁନାଓ୍ଵର ପ୍ରାୟତଃ ଡୋଙ୍ଗରି ଯାଉଥିଲେ । ଏହି ଅଞ୍ଚଳ ପ୍ରତି ତାଙ୍କର ମୋହ ରହିଛି । ଏପରି କି, ବିଗ୍‌ ବସ୍‌ ଶୋ’ରେ ବି ସେ ବହୁବାର କହିଥିଲେ କି, ଟ୍ରଫି ଡୋଙ୍ଗରି ହିଁ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.