Below header

ଡିଜିଟାଲ ମିଡିଆ ଇଫେକ୍ଟ : WhatsApp ଫର୍ମାଟରେ ବିବାହ କାର୍ଡ, ସୋସିଆଲ ମିଡିଆରେ ହେଲା ଭାଇରାଲ

ବଦଳୁଛି ସମୟ, ତା ସହ ତାଳ ଦେଇ ବଦଳୁଛି ଲୋକଙ୍କ ରୁଚି । ଏବେ ସୋସିଆଲ ମିଡିଆର ଜମାନା ଚାଲୁଥିବାରୁ ଲୋକମାନେ ସେହି ଭଳି ଭାବେ ନିଜକୁ ବଦଳାଉଛନ୍ତି। ଗୁଜୁରାଟ ସୁରତରେ ସୋସିଆଲ ମିଡିଆର ବଢ଼ୁଥିବା କ୍ରେଜକୁ ଧ୍ୟାନରେ ରଖି WhatsApp ଷ୍ଟାଇଲରେ ବିବାହ ନିମନ୍ତ୍ରଣ କାର୍ଡ ତିଆରି କରିଛନ୍ତି। ଏହାର କ୍ରେଜକୁ ଧ୍ୟାନରେ ରଖି ସୁରତର ଦେଶାଇ ପରିବାର ନିଜର ଝିଅର ନିମନ୍ତ୍ରଣ ପତ୍ରକୁ ହ୍ବାଟସପ ଫରମାଟରେ ଛାପିଛନ୍ତି।

pic courtesy : ajjtak

ବିବାହ କାର୍ଡର ଖୋଳରେ WhatsApp ର ସିମ୍ବଲ ଛପା ଯାଇଛି ଏବଂ ତାର ଭିତରେ ଭଗବାନ ଗଣେଶଙ୍କର ଫଟୋକୁ ସ୍ଥାନ ଦେଇଛନ୍ତି। ଏହାପରେ ଆରଜୁ ୱେଡ୍ସ ଚିନ୍ତନ ଲେଖା ଯାଇଛି। ଅନଲକ୍ ୱେଡିଙ୍ଗ୍ ତଳେ ବିବାହର ତାରିଖ ୧୯.୦୨.୨୦୧୯ ଲେଖା ଯାଇଛି ଏବଂ ଏହା ତଳେ ପାସୱାର୍ଡ ପ୍ୟାଟନର ସିମ୍ବଲ ଛପା ଯାଇଛି।

pic courtesy : ajjtak

ଏହି କଭର ଭିତରେ ୮ଟି ପେଜରେ ବିବାହ କାର୍ଡ ତିଆରି କରାଯାଇଛି। ପ୍ରଥମ ପ୍ରୁଷ୍ଠାରେ ଯାହାଙ୍କର ବିବାହ ହେଉଛି ସେହି ଦୁଇ ଜଣଙ୍କର WhatsApp ଗ୍ରୁପ କ୍ରିଏଟ କରାଯାଇଛି। ଦ୍ବିତୀୟ ପ୍ରୁଷ୍ଠାରେ ବର-ବଧୁ ବିବାହ କାର୍ଡରେ ଅନଲାଇନରେ ଜଣେ ଜଣଙ୍କ ସହିତ କଥା ହେଉଥିବାର ନଜର ଆସୁଛନ୍ତି। ତ୍ରୁତୀୟ ପ୍ରୁଷ୍ଠାରେ ନିମନ୍ତ୍ରଣ କାର୍ଡ ଦିଆଯାଇଛି, ସେମାନଙ୍କୁ ଅନଲାଇନ କହି ବିବାହରେ ଆସିବାକୁ ଆମନ୍ତ୍ରଣ ପତ୍ର ଲେଖିଛନ୍ତି। ଏହିଭଳି ଭାବେ ଚତୁର୍ଥ ପ୍ରୁଷ୍ଠାରେ ନାମକ ଏକ ଗ୍ରୁପ କରାଯାଇଛି, ଯାହା ତଳେ ପରିବାର ସଦସ୍ୟଙ୍କ ନାମ ଲେଖା ଯାଇଛି। ଅନ୍ୟ ପ୍ରୁଷ୍ଠାରେ ବର-ବଧୂ ଅନଲାଇନ ଦେଖି କବିତା ଶୈଳୀରେ କଥା ହେଉଥିବାର ନଜର ଆସୁଛନ୍ତି।

pic courtesy : ajjtak

ବିବାହରେ WhatsApp ଷ୍ଟାଇଲର ଫର୍ମାଟରେ କାର୍ଡ ତିଆରି କରିଥିବା ଆରଜୁ ଏବଂ ତାଙ୍କର ଭାବି ସ୍ବାମି ଚିନ୍ତନଙ୍କର ଏହି ଖାସ କାର୍ଡର ଚର୍ଚ୍ଚା କେବଳ ସୁରତ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବିବାହର ନିମନ୍ତ୍ରଣ କାର୍ଡ ବହୁତ ଫମାର୍ଟରେ ହୋଇଥିବା ଆପଣମାନେ ଦେଖିଥିବେ କିନ୍ତୁ WhatsApp ଫର୍ମାଟରେ ତିଆରି ହୋଇଥିବା ଏହି କାର୍ଡ ପ୍ରଥମ ନିମନ୍ତ୍ରଣ କାର୍ଡ ଅଟେ।

ଏହା ସହ ପଢ଼ନ୍ତୁ : ୨୦୧୯ରେ ମୋଦିଙ୍କୁ ଦିଅନ୍ତୁ ଭୋଟ୍‌ , ବିବାହ କାର୍ଡରେ ଅତିଥୀଙ୍କୁ ମାଗିଲେ ନିଆରା ଉପହାର

ଦେଶାଇ ପରିବାରର ହୋଇଥିବା ଏହି ନିମନ୍ତ୍ରଣ କାର୍ଡକୁ ନେଇ ପୂରା ପରିବାର ବହୁତ ଖୁସି ଅଛନ୍ତି। ଏଥିପାଇଁ ମଧ୍ୟ କାରଣ କାର୍ଡରେ ପରମ୍ପରାଗତ ଭାଷା ଏବଂ ଶବ୍ଦର ପ୍ରୟୋକ କରାଯାଇଛି। ଦେଶାଇ ପରିବାରର ବିଜୟ ଭାଇଙ୍କ କହିବାନୁଯାୟୀ ତାଙ୍କର ବଡ ଭାଣିଜୀର ବିବାହ ମଧ୍ୟ ‘ବେଟି ବଚାଓ ବେଟି ପଢ଼ାଓ’ ଥିମରେ ହୋଇଥିଲା। ଠିକ ସେହିଭଳି ଭାବରେ ଭାଣିଜୀ ଆରଜୁର ବିବାହ ମଧ୍ୟ ଭିନ୍ନ ଧରଣର ନିମନ୍ତ୍ରଣ ପତ୍ର ଛପା ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.