କେମିତି ଚଳିବ ଏ ଘନଶ୍ୟାମଙ୍କ ପରିବାର? ଦୁଃଖ ସରିବାର ନା ନେଉନି

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୦ ବର୍ଷ ହେବ ଘରେ ବନ୍ଦି ଜୀବନ ବିତାଉଛି ଭେଣ୍ଡିଆ ପୁଅ। ଯେଉଁ ବୟସରେ ବୁଢା ବାପା ମାଙ୍କ ସେବା କରିବା କଥା ସେହି ବୟସରେ ବୁଢୀ ମା ଖୁଆଇ ଦେଲେ ସେ ଖାଉଛି ନହେଲେ ନାହିଁ । ଏମିତି କି ବାରମ୍ବାର ଅଭିଯୋଗ ପରେ ବି ଏହି ବୃଦ୍ଧା ବାପା ମାଙ୍କୁ ମିଳୁନି ଭତ୍ତା କି କୌଣସି ସରକାରୀ ସାହାଯ୍ୟ ।

ଗୋପ(କେନ୍ୟୁଜ୍): ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୦ ବର୍ଷ ହେବ ଘରେ ବନ୍ଦି ଜୀବନ ବିତାଉଛି ଭେଣ୍ଡିଆ ପୁଅ। ଯେଉଁ ବୟସରେ ବୁଢା ବାପା ମାଙ୍କ ସେବା କରିବା କଥା ସେହି ବୟସରେ ବୁଢୀ ମା ଖୁଆଇ ଦେଲେ ସେ ଖାଉଛି ନହେଲେ ନାହିଁ । ଏମିତି କି ବାରମ୍ବାର ଅଭିଯୋଗ ପରେ ବି ଏହି ବୃଦ୍ଧା ବାପା ମାଙ୍କୁ ମିଳୁନି ଭତ୍ତା କି କୌଣସି ସରକାରୀ ସାହାଯ୍ୟ।

ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଉଛୁପୂର୍ ପଂଚାୟତର ଘନଶ୍ୟାମ ଦାଶଙ୍କ ପରିବାର କଥା। ପରିବାର କହିଲେ ଦୁଇଟି ପୁଅ ଓ ପତ୍ନୀ। ବଡ଼ପୁଅର ଦୀର୍ଘ ୨୦ ବର୍ଷ ତଳେ ହଠାତ୍ କୌଣସି କାରଣରୁ ଦେହ ଖରାପ ହେଲା । ତାକୁ ବୃଦ୍ଧା ବାପା ମା ଡାକ୍ତଖାନା ନେଇଥିଲେ, ହେଲେ କିଛି ସୁଫଳ ମିଳିଲାନାହିଁ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ମାନସିକ ବିକାରଗ୍ରସ୍ତ। ବହୁ ଡାକ୍ତରଙ୍କୁ ଦେଖାଇ ସାରିଲେଣି । ହେଲେ ସେବେଠାରୁ ଆଜିଯାଏ ସେ ସେମିତି ଘରେ ବସି ରହୁଛି ।

pua

ଦେଖୁନାହାନ୍ତି ଘନଶ୍ୟାମଙ୍କ ଘରକୁ । ଯେ କେହିବି ଦେଖିବ କହିବ ଇଏ ବୋଧେ ଆଦିମ ଜନଜାତିଙ୍କ ଘର ବୋଲି । ତେବେ ବାରମ୍ବାର ଅଭିଯୋଗ ପରେ ଏଇ ପରିବାର ପାଖରେ ପହଁଚି ପାରିନି ପ୍ରଶାସନ । ଯେଉଁଥି ପାଇଁ ଏବେ ସରକାରୀ ସହାୟତା ଏହି ପରିବାର ପାଇଁ ପାଲଟିଛି ସାତ ସପନ। ଏପଟେ ଦିନକୁ ଦିନ ମାନସିକ ବିକାରଗ୍ରସ୍ତ ପୁଅ ଗୋଟେ ଘରେ ରହି ରହି ଆହୁରୀ ଅବସାଦ ଭିତରୁ ଗତି କଲାଣି । ଧିରେ ଧିରେ ଗାଁ ଲୋକଙ୍କୁ ହଇରାଣ କରିବା ଆରମ୍ଭ କଲାଣି।

ଯାହାଫଳରେ ତାକୁ ଶେଷରେ ବାପା ମା ଗୋଡ଼ରେ ଶିକୁଳି ପକାଇ ରଖିବାକୁ ବାଧ୍ୟ ହୋଇଛନ୍ତି । ଏପଟେ ପୁଅର ଅଧିକ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ଏତେ ସବୁ ପରେ ବି ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ ଏହି ପରିବାରକୁ। ଏ ସମ୍ପର୍କରେ ଜାଣିବା ପରେ ନିମାପଡ଼ା ବିଡ଼ିଓ କହିଛନ୍ତି, ଆଗକୁ ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ। ତେବେ ସରକାରୀ ବାବୁ ଆମ ମାଧ୍ୟମରେ ଏ ସବୁ ଘଟଣା ଜାଣିଲେ ସତ, ହେଲେ ସାହାଯ୍ୟ କେବେ ମିଳିବ ତାହା ଦେଖିବାର ବାକି ରହିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.