Below header

ବାରମ୍ବାର ମଣିଷ ଗୋଟିଏ ଗୀତ କାହିଁକି ଗାଉଥାଏ, ଏହାର କାରଣ କଣ ?

ଗୀତ ଶୁଣିବାକୁ ସମସ୍ତଙ୍କୁ ଭଲଲାଗେ । ଆଉ କେବେ କେବେ ଦେଖିଥିବେ ଗୀତ ଗାଉଥିବା ବ୍ୟକ୍ତି ଗୁଣୁଗୁଣୁ ହେଉଥିବାର । ମାନେ ଯେଉଁଠାରେ ବି ଥାନ୍ତୁ ସେଭଳି ପରିବେଶରେ ଧିରେ ଧିରେ ଗୋଟିଏ ଗୀତକୁ ଗୁଣୁଗୁଣୁ ହେବାର ଶୁଣିଥିବେ ଆପଣ । କିନ୍ତୁ ତାହା କାହିଁକି ହୋଇଥାଏ । ଏହା ଉପରେ ଏକ ରିସର୍ଚ୍ଚ କରାଯାଇଛି । ଆମେରୀକାନ ସାଇକୋଲୋଜି ଆସୋସିଏସନ ଜର୍ନଲରେ ପବ୍ଲିସ ରିସର୍ଚ୍ଚ କହୁଛି ଯଦି କୌଣସି ଧୁନ କାଫି ଅଲଗା ହୋଇଥାଏ ଓ ସୁରିଲି ମଧ୍ୟ ହୋଇଥାଏ । ଯାହାକୁ ସରଳରେ ମନେ ରଖାଯାଇପାରିବ । ଜାଣିବା ଏହା କାହିଁକି ହୋଇଥାଏ ।

ବୈଜ୍ଞାନିକଙ୍କର କହିବା କଥା କି ସୁରିଲି ଓ ଅଲଗା ପ୍ରକାରର ସ୍ୱର ମୁଣ୍ଡରେ ଏଭଳି ଅଟକି ଯାଏ ଯେଭଲି କମ୍ୟୁଟର ବିନା କମାଣ୍ଡରେ କୌଣସି ପ୍ରୋଗ୍ରାମ ବାରମ୍ବାର ଖୋଲିଦେଇଥାଏ । ଏହା ଯେତେବେଳେ ହୋଇଥାଏ ତେବେ ମୁଣ୍ଡ ବାରମ୍ବାର ଗୋଟିଏ ସଂଗୀତର କଳ୍ପନା କରିଥାଏ । କିନ୍ତୁ ଏହା କାହିଁକି ହୁଏ ତାହାର ବି କାରଣ ରହିଛି ।

ବ୍ରେନରେ ଅଡିଟୋରୀ କାଟେକ୍ସ ନାମରେ ଏକ ସ୍ତର ରହିଛି । ଯାହା କୌଣସି କଥା ଶୁଣିବା ପରେ ରିଆକ୍ସନ ଦେବାର ବ୍ୟବହାର କରିଥାଏ । ଅର୍ଥାତ ଏହା ଦ୍ୱାରା ମଣିଷ ରିଆକ୍ଟ କରିଥାଏ । ଏହି କାରଣରୁ ବାରମ୍ବାର ଶୁଣିଥିବା ଗୀତ କଳ୍ପନାରେ ଆସିଯାଏ । ତେଣୁ ବ୍ୟକ୍ତି ବାରମ୍ବାର ଗୀତ ଗାଇ ଚାଲିଥାଏ ।

ଏହି କଥାତୁ ବୁଝିବା ପାଇଁ ଆମେରୀକାର ଡାର୍ଟମାଥ ୟୁନିଭରସିଟିର ବୈଜ୍ଞାନିକମାନେ ରିସର୍ଚ୍ଚ କରିଥିଲେ । ରିସର୍ଚ୍ଚ ବେଳେ ଲୋକଙ୍କୁ ଏଭଳି ଗୀତ ଶୁଣାଗଲା ଯାହା କେବେ ଶୁଣିସାରିଥିବେ । ପରେ ଜାଣିବାକୁ ମିଳିଲା କି ଗୀତ ବନ୍ଦ ହେବା ପରେ ବି ଏହି ଅଡିଟରୀ କାର୍ଟକ୍ସ ସକ୍ରିୟ ରହିଥିଲା । ତେଣୁ ସେହି ଗୀତକୁ ସେମାନେ ଗାଇବାରେ ଲାଗିଥିଲେ । ବୈଜ୍ଞାନିକଙ୍କର କହିବା କଥା କି ବ୍ୟକ୍ତି ବାରମ୍ବାର ଏଭଳି ଗୀତ ଗାଇବାକୁ ବ୍ରେନ ଇରିଟେସନ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.