Below header

ଜାଣନ୍ତୁ ୧୫ ଜାନୁଆରୀରେ କାହିଁକି ପାଳନ କରାଯାଏ ଭାରତୀୟ ସେନା ଦିବସ

ଆଜି ୭୨ତମ ସେନା ଦିବସ ପାଳନ କରୁଛି ଭାରତ। ଆଜିର ଦିନରେ ସୈନ୍ୟ ପଦର୍ଶନୀ ଏବଂ ଅନ୍ୟ କାର୍ଯ୍ୟକ୍ରମ ସହ ନୂଆଦିଲ୍ଲୀ ଓ ସମସ୍ତ ସେନା ମୁଖ୍ୟାଳୟରେ ପାଳନ କରାଯାଇଥାଏ। ସେନା ଦିବସ ଅବସରରେ ପୁରା ଦେଶରେ ସେନାର ବୀରତ୍ୱ, ଅଦମ୍ୟ ସାହସ, ଶକ୍ତି ଏବଂ ବଳିଦାନକୁ ମନେ ପକାଇଥାଏ। ପ୍ରତ୍ୟେକ ବର୍ଷ ୧୫ ଜାନୁଆରୀରେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପାଙ୍କ ସମ୍ମାନରେ ପାଳନ କରାଯାଏ। ୧୯୪୯ ବର୍ଷ ଠିକ୍‌ ଆଜିର ଦିନରେ ଭାରତର ଶେଷ ବ୍ରିଟିଶ କମାଣ୍ଡର-ଇନ-ଚିଫ୍‌ ଜେନେରାଲ ଫ୍ରାନ୍ସସିସ୍‌ ବୁଚରଙ୍କ ସ୍ଥାନରେ ତତ୍‌କାଳୀନ ଲେଫନାଣ୍ଟ ଜେନେରାଲ କେ ଏମ କରିୟପ୍ପାଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ କରିୟପ୍ପା ୧୯୪୭ ମସିହାରେ ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତୀୟ ସେନାର କମାଣ୍ଡର ଦାୟିତ୍ୱ ଲିଭାଇଥିଲେ।

indian-army-ଜାଣନ୍ତୁ ୧୫ ଜାନୁଆରୀରେ କାହିଁକି ପାଳନ କରାଯାଏ ସେନା ଦିବସ:

ସ୍ୱାଧିନତା ପରେ ଦେଶରେ ଅନେକ ପ୍ରଶାସନିକ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ଏହି ସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ସେନାଙ୍କୁ ଆଗକୁ ଆସିବାକୁ ପଡିଥିଲା। ଭାରତୀୟ ସେନାର ଅଧ୍ୟକ୍ଷ ସେହି ସମୟରେ ମଧ୍ୟ ବିଟ୍ରିଶ ଅଧୀନରେ ରହିଥିଲା। ୧୫ ଜାନୁଆରୀ ୧୯୪୯ ମସିହାରେ ଫିଲ୍ଡ ମର୍ଶାଲ କେ ଏମ କରିୟପ୍ପା ସ୍ୱତନ୍ତ୍ର ଭାରତର ପ୍ରଥମ ଭାରତୀୟ ସେନା ପ୍ରମୁଖ ହୋଇଥିବା ସମୟରେ ସେନାରେ ପାଖାପାଖି ୨ ଲକ୍ଷ ସୈନିକ ଥିଲେ। କେ ଏମ କରିୟପ୍ପା ସେନାର ମୁଖ୍ୟ ହେବା ପରେ ପ୍ରତ୍ୟେକ ବର୍ଷ ୧୫ ଜାନୁଆରୀରେ ସେନା ଦିବସ ପାଳନ ହୋଇଆସୁଛି।

KM-Cariappaକେ ଏମ କରିୟପ୍ପାଙ୍କ ସହ ଜଡିତ କିଛି ଖାସ୍‌ କଥା:

୧. କେ ଏମ କରିୟପ୍ପାଙ୍କୁ ଫିଲ୍ଡ ମର୍ଶାଲର ଉପାଧି ଦିଆଯାଇଥିଲା। ଭାରତୀୟ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପାଧି କେବଳ ଦୁଇ ଅଧିକାରୀଙ୍କୁ ଦିଆଯାଇଛି।

୨. କରିୟପ୍ପା ୧୯୪୭ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ପଶ୍ଚିମ ସୀମାରେ ଭାରତୀୟ ସେନାର ନେତୃତ୍ୱ ନେଇଥିଲେ।

୩. ୧୮୯୯ ମସିହାରେ କର୍ଣ୍ଣାଟକର କୁର୍ଗରେ ଜନ୍ମ ଗ୍ରହଣ କରିଥିବା ଫିଲ୍ଡ ମର୍ଶାଲ କରିୟପ୍ପା ୨୦ ବର୍ଷ ବୟସରେ ବ୍ରିଟିଶ ଇଣ୍ଡିଆନ ଆର୍ମିରେ ଚାକିରୀ ଆରମ୍ଭ କରିଥିଲେ।

୪. କରିୟପ୍ପା ୧୯୫୩ ମସିହାରେ ଅବସର ନେଇଥିଲେ ଏବଂ ୧୯୯୩ ମସିହା ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.