ରାଜଧାନୀ ଭୁବନେଶ୍ୱରରେ ଅଛି ଏମିତି ଏକ ଚା ଦୋକନ, ଯେଉଁଠି ଗୋଟିଏ କି ଦୁଇଟି ନୁହେଁ ମିଳେ ୮୦ ପ୍ରକାର tea

ଚାହା ସମସ୍ତଙ୍କ ପାଇଁ ଏକ ନିଶା । ସକାଳୁ ଉଠି ଚା ଟିକେ ନ ପିଇଲେ ଦିନ ଭଲରେ କଟେନି। ଆଉ ଯଦି ଆମେ ଅଫିସ କାମରେ ଖୁବ ବ୍ୟସ୍ତ ଥାଉ ଓ ନିଜକୁ ଟିକେ ରିଲାକ୍ସ କରିବାକୁ ଚାଁହୁ, ତେବେ ଚା ଠାରୁ ଭଲ ବିକଳ୍ପ ବି ଆମ ପାଖରେ କିଛି ନ ଥାଏ। ଚା ପ୍ରେମୀ ମାନଙ୍କ ପାଇଁ ତ ଚା ନାଁ ଶୁଣିଲେ ମନ ଉଚ୍ଛନ୍ନ ହୋଇଯାଏ । ଆପଣ କେତେ ପ୍ରକାରର ଚା ବିଷୟରେ ଜାଣିଛନ୍ତି ? ଏକ ଦୁଇ ଅବା ତିନି କି ଚାରି ପ୍ରକାର? ଅତି ବେଶିରେ ୮/୧୦ ପ୍ରକାର ଚା କଥା ଆପଣ ଜାଣିଥିବେ । କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ଯେ ଆମ ରାଜଧାନୀ ଭୁବନେଶ୍ୱରରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି ଯେ ୮୦ରୁ ଅଧିକ ପ୍ରକାରର ଚା ବନାଉଛନ୍ତି, ତେବେ ହୁଏତ କଥାଟିକୁ ଆପଣ ବିଶ୍ୱାସ ହୋଇ ନପାରନ୍ତି। କିନ୍ତୁ ଏହା ସତ ଯେ ଏହି ସବୁ ଚା ଓ ଏହାକୁ କେମିତି ତିଆରି କରାଯାଏ ସେ କଥା କେବଳ ସେହି ବ୍ୟକ୍ତି ହିଁ ଜାଣିଛନ୍ତି ।

ram bhaiଏହି ଚା ଦୋକାନଟି ଭୁବନେଶ୍ୱର crp ଛକରେ ରହିଛି । ଏ ଅଂଚଳରେ ରାମ ଭାଇ ଭାବେ ସେ ବେଶ ଜଣାଶୁଣା। ଏଠି ସକାଳ ହେଉ କି ସନ୍ଧ୍ୟା ସବୁ ବେଳେ ଭିଡ଼ ଥାଏ। ରାମଭାଇଙ୍କ ଚାହା ପିଇବା ପାଇଁ କାହିଁ କେତେ ଆଡୁ ଲୋକ ଆସି ଭିଡ଼ ଜମନ୍ତି । ଆଉ ତାଙ୍କର ଗ୍ରାହକ ହେଉଛନ୍ତି ବିଶେଷ କରି ଯୁବ ପିଢ଼ି। ବହୁମାତ୍ରାରେ ଯୁବକ ଯୁବତୀ ଏଠି ଚା ଟିକେ ପିଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି, ଆଉ ସେହି ଗ୍ରାହକଙ୍କ ଭିଡ଼ ଭିତରେ ହଜି ଯାଆନ୍ତି ରାମ ଭାଇ। ଖାଲି ଏ ଅଞ୍ଚଳ ନୁହଁ, ଆଖପାଖ ଅଂଚଳରେ ମଧ୍ୟ ବେଶ୍ ପରିଚିତ ସେ।

ramବାଙ୍କୀରେ ତାଙ୍କ ଘର। ପିଲାଟି ବେଳୁ ଭାଇ ସହିତ ଆସି ରହୁଛନ୍ତି ଭୁବନେଶ୍ୱରରେ। ପ୍ରଥମ ସେ ଏଠି ଫଳ ଦୋକାନ କରିଥିଲେ, ପରେ ପାନ ଓ ଚା ଦୋକାନ ଆରମ୍ଭ କଲେ। କିଛି ଦିନ ପରେ ଓଡ଼ିଶା ବାହାରକୁ ଯାଇ ବିଭିନ୍ନ ପ୍ରକାରର ଚା ବନାଇବା ବିଷୟରେ ଶିଖିଲେ। ଆଉ ଆଜି ରାମଭାଇ ଚାହା ଦୋକାନୀ ଭାବରେ ବେଶ୍ ପରଚିତ। ତାଙ୍କ ଚାର ଦାମ ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ଯାଏ ରହିଥିଲା ବେଳେ ଲେମନ୍ ଚାହାର ଡିମାଣ୍ଡ ଖୁବ ଅଧିକ । ଆଉ ୧୦୦ ଟଙ୍କାର wine ଚା’ର ମଧ୍ୟ ରହିଛି ଖୁବ ଡିମାଣ୍ଡ।

teaଏହା ବ୍ୟତୀତ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ଆୟୁର୍ବେଦିକ ପାନୀୟ ମଧ୍ୟ ସେ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଇଥାନ୍ତି। ସବୁଠାରୁ ବଡ କଥା ହେଉଛି ଏତେ ଭିଡ଼ ହେଉଥିଲେ ମଧ୍ୟ ସେ କେବେ ପଇସା ପାଇଁ ଗ୍ରାହକଙ୍କ ଉପରେ ନଜର ରଖନ୍ତିନି। ତାଙ୍କ ଚା ପିଇ ଗ୍ରାହକ ବି ଖୁସ୍‌ ଆଉ ସେ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି।

https://www.facebook.com/knewsodisha/videos/575972509629491/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.