ସାବଧାନ! କେବେ ବି କରନ୍ତୁ ନାହିଁ ଆଖି ଭିତରେ ଟାଟୁ, ନଚେତ୍‌ ଏହି ଯୁବତୀଙ୍କ ଭଳି ଆପଣ ବି ହରାଇବେ ଦୃଷ୍ଟିଶକ୍ତି

ନିଜକୁ ସୁନ୍ଦର କରିବା ନିଶାରେ ଆଜିକାଲି ଯୁବପିଢ଼ି କେତେ କ’ଣ କରୁଛନ୍ତି। ସେମାନଙ୍କ ମନରେ ଅନେକ ଅଦ୍ଭୁତ ଭାବନା ଆସୁଛି। ବେଳେବେଳେ ଏହି ଅଜବ ନିଶା ବି ସେମାନଙ୍କ ପାଇଁ ଡାକିଆଣୁଛି ମହାବିପଦ, ଯେମିତିକି ଏହି ଯୁବତୀଙ୍କ ସହିତ ଘଟିଛି। ଘଟଣାରୁ ଜଣାପଡ଼ିଛି, ଯୁବତୀ ଜଣକ ଆଖି ଭିତରେ ଏକ ଟାଟୁ ବନାଇଛନ୍ତି, ଯାହା କାରଣରୁ ସେ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ଘଟଣାଟି ଆପଣଙ୍କୁ ନିଶ୍ଚୟ ଆଶ୍ଚଯ୍ୟର୍ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ।

w5

ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ େଓ୍ଵଲ୍ସରେ ରହୁଥିବା ୨୪ ବର୍ଷୀୟା ଏମ୍ବର ଲ୍ୟୁକ୍‌ ନାମ୍ନୀ ଯୁବତୀଙ୍କ ମୁଣ୍ଡରେ ଟାଟୁ ଭୂତ ପଶିଯାଇଥିଲା। ପୂର୍ବରୁ ସେ ନିଜ ଶରୀରରେ ୨୦୦ରୁ ଅଧିକ ଟାଟୁ ବନାଇ ସାରିଛନ୍ତି। ଏମ୍ବର ଟାଟୁ ମେକିଂ ଦୁନିଆରେ ‘ଡ୍ରାଗନ୍‌ ଗାର୍ଲ’ ନାଁରେ ଜଣାଶୁଣା।

କିଛିଦିନ ପୂର୍ବରୁ ଏମ୍ବର ନିଜ ଆଖିରେ ଟାଟୁ ବନାଇ ଆଖିର ରଙ୍ଗକୁ ନୀଳ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସେ ଏହା ବି କରିଥିଲେ, ଯେଉଁଥିପାଇଁ ସେ ୩ ସପ୍ତାହ ଯାଏ ଦୃଷ୍ଟିଶକ୍ତି ହରାଇ ବସିଲେ। ଏ ସମ୍ପର୍କରେ ଏମ୍ବର କୁହନ୍ତି, ଏହା ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ଅନୁଭବ ଥିଲା। ଟାଟୁ ବନାଇବାରେ ୪୦ ମିନିଟ୍‌ ସମୟ ଲାଗିଥିଲା।

w122

ତାଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କ ଆଖିରେ ଟାଟୁର ଇଙ୍କ୍‌ ପକାଯାଉଥିଲା, ସେତେବେଳେ ତାଙ୍କୁ କାଚଗୁଣ୍ଡ ପକାଯାଉଥିବାର ଅନୁଭବ ହୋଇଥିଲା। ଏହି ପ୍ରକ୍ରିୟା ବର୍ଷରେ ୪ଥର ହୋଇଥିଲା। ଏ ପଯ୍ୟର୍ନ୍ତ ସେ ନିଜ ଶରୀରରେ ଟାଟୁ ବନାଇବା ପାଇଁ ୨୬ ହଜାର ଡଲାର୍‌ ଅର୍ଥାତ୍‌ ୧୮.୩୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏହା ବହୁତ ଭୟଙ୍କର। ଏଥିରେ ସାମାନ୍ୟ ବି ଅସାବଧାନତା ଘଟିଲେ, ଆପଣଙ୍କ ଆଖି ସବୁଦିନ ପାଇଁ ନଷ୍ଟ ହୋଇଯାଇପାରେ।

w4

୧୬ ବର୍ଷ ବୟସରୁ ତାଙ୍କ ମନରେ ଟାଟୁ କରିବାର ନିଶା ଚଢ଼ିଥିଲା। କେବଳ ଏତିକି ନୁହେଁ, ସର୍ଜରୀ ଜରିଆରେ ସେ ନିଜ ଓଠ ଏବଂ ଆଇବ୍ରୋକୁ ମଧ୍ୟ ଟ୍ରାନ୍ସଫର୍ମେନ କରାଇଛନ୍ତି। ଏମ୍ବର ଯେତେବେଳେ ପ୍ରଥମେ ଟାଟୁ ବନାଇବା ଆରମ୍ଭ କରିଥିଲେ, ତାଙ୍କ ମା’ ତାଙ୍କୁ ଦେଖି କାନ୍ଦି ପକାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.