Below header

ଉତ୍ତର ରାଜ୍ୟରେ ଶୀତ ବଢିବା ଆଶଙ୍କା, ଜାଣନ୍ତୁ କେଉଁଠି ହେବ ବର୍ଷା

ନୂଆଦିଲ୍ଲୀ: ଆଜି ପଶ୍ଚିମ ହିମାଳୟ କ୍ଷେତ୍ରରେ ପୁଣି ଥରେ ସକ୍ରିୟ ହୋଇଛି ଜଳବାୟୁ। ସକାଳେ ସମୟରେ ଅଧିକାଂଶ ସ୍ଥାନରେ ଘନ କୁହୁଡି କାରଣରୁ ଅଧିକ ଥଣ୍ଡା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ଏବଂ ଉତ୍ତର ମଧ୍ୟ ପ୍ରଦେଶର କିଛି ଅଞ୍ଚଳରେ ଆସନ୍ତା କାଲି ଗୁରୁବାର ଦିନ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାପରେ ଅଧିକ ତଣ୍ଡା ରହିବାର ଅନୁମାନ କରାଯାଉଛି। ପୂର୍ବାନୁମାନ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ଉତ୍ତର ଭାରତ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖାଯିବ।

coldହିମାଳୟରେ ଜଳବାୟୁ ସକ୍ରିୟତା କାରଣରୁ ଜମ୍ମୁ କଶ୍ମୀରରେ ପୂର୍ବ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ବରଫାବୃତ ବର୍ଷା ପରେ ପାଣିପାଗ ବିଭାଗ ଉତ୍ତର-ପଶ୍ଚିମ ରାଜ୍ୟରେ ଆଗାମୀ ୨ଦିନ ବର୍ଷା ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର ପଶ୍ଚମ ଏବଂ ଉତ୍ତର ଭାଗ ସହ ରାଜସ୍ଥାନର ପୂର୍ବ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିପାରେ। ଉତ୍ତର ଦିଗରୁ ଆସୁଥିବା ଅଧିକ ଥଣ୍ଡା ପବନ କାରଣରୁ ପଶ୍ଚିମ ରାଜସ୍ଥାନ ଏବଂ ଗୁଜୁରାଟରେ ତାପମାତ୍ରା ହ୍ରାସ ପାଇବ।

barishସୂଚନା ମୁତାବକ ପାଣିପାଗ ସୂଚନା ଅନୁଯାୟୀ ଆସାମ ଏବଂ ଅରୁଣାଞ୍ଚଳ ପ୍ରଦେଶରେ ଗୋଟେ ଦୁଇଟି ସ୍ଥାନରେ ହାଲୂୁକା ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର କିଛି ସ୍ଥାନରେ ବରଫ ବର୍ଷା ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.